ଅନୁଗୁଳରେ ହାତୀ ଉପଦ୍ରବ; ମାରିଲେ ୩ଟି ଗୋରୁ

Published By : Prameya-News7 Bureau | October 10, 2018 IST

ଅନୁଗୁଳ ୧୦/୧୦ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । କଂପସଲା ଗାଁରେ ପଶି ବନ୍ଧା ଯାଇଥିବା ୩ ଟି ଗୋରୁଙ୍କୁ ମାରିଛନ୍ତି ହାତିପଲ । ୪ଟି ହାତୀ ସେହି ଅଞ୍ଚଳରେ ପାହାନ୍ତାରେ ପଶି ଉପଦ୍ରବ ଚଳାଇଥିଲେ । ଫଳରେ ଲୋକମାନେ ଭୟଭୀତ ହୋଇ ପାଟି କରିଥିଲେ । ସାଗର ନାଏକଙ୍କ ଘର ନିକଟରେ ବନ୍ଧା ଯାଇଥିବା ୩ଟି ଗୋରୁଙ୍କୁ ମାରି ଦେଇଛନ୍ତି । ଖାଲି ସେତିକି ନୁହେଁ ଗାଁ ପାଖ ଜମିରେ ବ୍ୟାପକ ଧାନ ଫସଲ ମାଡି ଚକଟି ଦେଇଛନ୍ତି । ସନ୍ଧ୍ୟା ହେଲେ ପାଖ ଜଙ୍ଗଲରୁ ହାତୀ ମାନେ ଗାଁ ମୁହାଁ ହେଉଥିବାରୁ କଂପସଲା, ସନ୍ତରାବନ୍ଧ, ଚାଙ୍ଗୁଡ଼ିଆ ଏପରି ୧୫ଟି ଗାଁରେ ତାଟି କବାଟ ପଡି ଯାଉଛି । ତେବେ ଗାଁକୁ ବନ ବିଭାଗ ପହଁଚି ଯାହା କ୍ଷୟକ୍ଷତି ହୋଇଛି ସରକାରଙ୍କ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି । ତେବେ ଗାଁ ଲୋକ ହାତୀ ମାନକୁ ଏ ଅଞ୍ଚଳର ରୁ ଶୀଘ୍ର ଘଉଡାଇବା ପାଇଁ ଦାବି ରଖୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.