Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ହାତୀ ଆକ୍ରମଣରେ ବୃଦ୍ଧ ମୃତ, ଜଣେ ଆହତ

10/09/2020 at 8:59 AM

ଅନୁଗୁଳ ୧୦।୦୯: ହାତୀ ଆକ୍ରମଣରେ ବୃଦ୍ଧ ମୃତ । ଅନୁଗୁଳ ଜିଲ୍ଲା NH55 ନିକଟ ମୂଷାପାପୁଲି ଇସ୍କନ ମନ୍ଦିର ନିକଟରେ ଘଟିଛି ଘଟଣା । ମୃତ ବ୍ୟକ୍ତିଙ୍କ ନାମ ପାଣ୍ଡବ ସାହୁ । ସେହିପରି ହାତୀ ଆକ୍ରମଣରେ ଅନ୍ୟ ଜଣେ ଆହତ ଥିବା ଜଣାପଡିଛି । ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ. ସକାଳ ସମୟରେ ବିଲକୁ କାମ କରିବାକୁ ଯାଉଥିବା ବେଳେ ହାତୀ ମାନଙ୍କ ସମ୍ମୁଖରେ ପଡ଼ିଯାଇଥିଲେ। ହାତୀ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ଯାହାଫଳରେ କି ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ କୌଣଳ କ୍ରମେ ସେଠାରୁ ଦୌଡି ଆସିବା ଦ୍ୱାରା ସେ ସାମାନ୍ୟ ଆହତ ହୋଇଛନ୍ତି ।

ହାତୀ ମାନେ ବଡ଼କେରେଜାଙ୍ଗ ପଟୁ ହରିବେରିଣୀ ଦେଇ ଆସିଥିଲେ। ଅନୁଗୁଳ ସହର ଠାରୁ ମାତ୍ର ୫ କିମି ଦୂରରେ ଘଟିଛି ଏହି ଘଟଣା। ହାତୀ ଉପଦ୍ରବରେ ସହରବାସୀ ଆତଙ୍କିତ। ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ହାତୀକୁ ଘଉଡାଇବା  ପାଇଁ ଚେଷ୍ଟା କରୁଛି। ଆହତଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି।

   Related Posts