କରଞ୍ଜିଆରେ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ: ଘର ଭାଙ୍ଗିଲେ, ଖାଇଗଲେ ଧାନ ଚାଉଳ

Published By : Prameya-News7 Bureau | July 10, 2021 IST

କରଞ୍ଜିଆ ୧୦/୦୭: କରଞ୍ଜିଆରେ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ଗତ ଦୁଇଦିନ ହେବ ଏଠାରେ ୧୮ ଟିକିଆ ହାତୀପଲଙ୍କ ଉତ୍ପାତ କରୁଛନ୍ତି । ୨ ଟି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ବ୍ୟାପକ ନଷ୍ଟ କରିଛନ୍ତି । କରଞ୍ଜିଆ ବନାଞ୍ଚଳ ରାଉତାଳିପାଟ ଓ ମହୁଲିଆଶୁଳି ଗାଁରେ ଗୋଟିଏ ଗୋଟିଏ ଘର ଭାଙ୍ଗିଛନ୍ତି ହାତୀପଲ ।

wp:gallery {"ids":[478207],"linkTo":"none"} /wp:gallery

ହାତୀପଲଙ୍କୁ ଘଉଡାଇବା ପାଇଁ ବନବିଭାଗର ଉଦ୍ୟମ ଜାରି । ଏତେ ସଂଖ୍ୟାରେ ହାତୀଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ବର୍ତ୍ତମାନ ହାତୀପଲ ପୋଖରିଆ ଏବଂ ହଳଦିଆ ଗାଁ ଜଙ୍ଗଲରେ ରହିଥିବା ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.