Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଥମୁନି ଦନ୍ତା ଆତଙ୍କ : ଗାଁରେ ପଶି ନଷ୍ଟ କଲା ଏକର ଏକର ଫସଲ, ଚିନ୍ତାରେ ଚାଷୀ

23/02/2021 at 9:42 AM

ତେଲକୋଇ,୨୩/୨ : କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧିନ ଜଗମୋହନପୁର ଫରେଷ୍ଟ ବିଟ ଅଞ୍ଚଳରେ ନରହନ୍ତା ଦନ୍ତାର ଉପଦ୍ରବ ଥମିବାର ନାଁ ଧରୁନି । କେତେବେଳେ ଘର ଭାଙ୍ଗୁଛି ତ ଆଉ କେତେବେଳେ ମଣିଷ ମାରୁଛି ଦନ୍ତା ।

ଗତ ୧୬ ତାରିଖ ବିଳମ୍ବିତ ରାତିରେ ଜଗମୋହନପୁର ଗାଁରେ ପଶି ଜାନକୀ ପ୍ରଧାନଙ୍କୁ ଘରୁ ଟାଣିନେଇ କଚାଡି ମାରିଥିବା ବେଳ ମଙ୍ଗଳବାର ବିଳମ୍ବିତ ରାତିରେ ସଲେଇକେନା ଗାଁରେ ପଶି ଏକର ଏକର ବିଲାତି ଫସଲ ନଷ୍ଟ କରିଛି । ଏହା ସହ ଚାଷୀ କନକ କିଶାନ ଓ ରାଜୀବ କିଶାନଙ୍କ ସାଇକେଲ ଓ ପାଣି ପମ୍ପକୁ କଚାଡି ଭାଙ୍ଗି ଦେଇଛି ।ବିକ୍ରି ପାଇଁ ରଖା ଯାଇଥିବା ବିଲାତି ଗୁଡିକୁ ଦନ୍ତା ଦଳିଚକଟି ନଷ୍ଟ କରିପକାଇଛି । ଫସଲ ଜଗିବା ପାଇଁ ତିଆରି ହୋଇ ଥିବା ଦୁଇଟି ମଞ୍ଚା କୁ ମଧ୍ୟ ଭାଙ୍ଗି ଦେଇଛି ।

ଆହୁରି ମଧ୍ୟ ରାତିରେ ଦୁଇଜଣ ଚାଷୀ ସର୍ମ୍ପକୀୟଙ୍କ ବାହାଘର ଭୋଜିରେ ଯୋଗଦେବାକୁ ଯାଇଥିବାରୁ  ହାତୀ କବଳରୁ ଅଳ୍ପକେ ବର୍ତିଯାଇଥିଲେ । ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ।ବାରମ୍ବାର ହାତୀ ଉପଦ୍ରବ ଯୋଗୁଁ ଚାଷୀଙ୍କର ବ୍ୟାପକ ଫସଲ ନଷ୍ଟ ହେଉଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ।

   Related Posts