Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେଣି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

ହାତୀ ଆତଙ୍କ : ଦିବ୍ୟାଙ୍ଗଙ୍କ ଘର ଭାଙ୍ଗିଦେଲେ, ସାଇକେଲ କଚାଡିଦେଲେ

6/04/2021 at 11:19 AM

ନୀଳଗିରି,୬/୪: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଔପଦା ବ୍ଲକରେ ହାତୀ ଆତଙ୍କ । ବ୍ଲକର ଶ୍ୟାମ ସୁନ୍ଦରପୁର ପଞ୍ଚାୟତସ୍ଥିତ ଦ୍ୱାରିକା ନିକଟ ଗୋଡିଖୁଳା ଗ୍ରାମରେ ହାତୀ ଉପଦ୍ରଵ ଦେଖାଯାଇଛି। ସବୁଦିନ ରାତିରେ ହାତୀ ଉପଦ୍ରବ ପାଇଁ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ହାତୀର ଉପଦ୍ରଵ ରୋକିବା ପାଇଁ ପ୍ରଶାସନ ତରଫରୁ ଟ୍ରେନ୍ଜ କରାଯାଇଥିଲେ, ବି ତାହାର ସୁଫଳ ମିଳିପାରିନାହିଁ। ଏଠାରେ ରହୁଥିବା ପୂର୍ଣ୍ଣ ଚନ୍ଦ୍ର ସିଂଙ୍କ ଘର ହାତୀ ଭାଙ୍ଗି ଦେଇଛନ୍ତି । ପୂର୍ଣ୍ଣଚନ୍ଦ୍ର ପକ୍ଷାଘାତ ରୋଗରେ ଦୀର୍ଘ ୨୩ବର୍ଷ ହେଲା ବିଛଣାର ଗୋଟିଏ ସ୍ଥାନରେ ପଡିରହିଛନ୍ତି । ତେବେ ଘର ଭିତରେ ସେ ଏକା ଥିବା ବେଳେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। କାରଣ କିଛି କୁକୁର ଭୁକିବାରୁ ହାତୀପଲ ଜଙ୍ଗଲକୁ ପଳାଇ ଯାଇଥିଲେ । 

ଏତତ୍ ବ୍ୟତୀତ ଗ୍ରାମର ଶ୍ୟାମ ମାଝୀ ସାଇକେଲ ବାହାରେ ରଖିଥିବା ବେଳେ ହାତୀ ତାହା ଭାଙ୍ଗି ସମ୍ପୂର୍ଣ ନଷ୍ଟ କରିଦେଇଛନ୍ତି ।  ତେଣୁ ହାତୀ ଉପଦ୍ରଵ ରୋକିବା ପାଇଁ ପ୍ରଶାସନ ତରଫରୁ ତୁରନ୍ତ  କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି କରାଯାଇଛି।

   Related Posts