ଗାଁ ପାଖ ଜଙ୍ଗଲରେ ବୁଲୁଛନ୍ତି ଦନ୍ତାହାତୀ, ଆତଙ୍କିତ ଅବସ୍ଥାରେ ଲୋକେ

Published By : Prameya-News7 Bureau | June 19, 2021 IST

ରାଇରଙ୍ଗପୁର, ୧୯/୦୬: ଗାଁ ପାଖ ଜଙ୍ଗଲରେ ବୁଲୁଛନ୍ତି ଦନ୍ତାହାତୀ । ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ।ଏପରି ଘଟଣା ଦେଖିବାକୁ ମିଳିଛି ରାଇରଙ୍ଗପୁର ବନଖଣ୍ଡର ବାଦମପାହାଡ଼  ସଂରକ୍ଷିତ ଜଙ୍ଗଲରେ।

ସୂଚନା ମୁତାବକ, ଦୁଇଟି ଦନ୍ତା ଓ ଗୋଟେ ମାଈ ହାତୀ ବାଦମପାହାଡ଼ ବନାଞ୍ଚଳ ପାତେଝରୀ, ଉକାମ ଆଦି ଜାଗାରେ ବୁଲୁଛନ୍ତି । ସେହିପରି ମାଈ ହାତୀଟି ଗୋଠଛଡ଼ା ହୋଇ ଏକା ଏକା ଟିଆକାଟି ଅଞ୍ଚଳରେ ବୁଲୁଛି। ଦୁଇଦିନ ତଳେ ମାଈ ହାତୀଟି ଗୋଟିଏ ଘର ଭାଙ୍ଗିଦେଇଥିବା ବେଳେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ହାତୀପଲ ବିଜାତଳା ଜଙ୍ଗଲ ପଟରୁ ସୁଲେଇପାଟ ନିକଟ ଖଡ଼ଖାଇ ନଦୀ ପାର କରି ବାଦମପାହାଡ଼ ଜଙ୍ଗଲରେ ପ୍ରବେଶ କରିଛନ୍ତି। ଜଙ୍ଗଲ କର୍ମଚାରୀ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହିତ ସ୍ଥାନୀୟ ଲୋକଙ୍କୁ ସଚେତନ କରାଉଥିବା ରେଞ୍ଜର ଉମାକାନ୍ତ ମାଝୀ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.