Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ

15/10/2021 at 8:41 AM

ତେଲକୋଇ, ୧୫|୧୦:  କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟରେ ଥମୁନି ହାତୀପଲଙ୍କ ଉପଦ୍ରବ ।ଜମିରୁ ହାତୀ ଘଉଡାଇବା ବେଳେ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଚାଷୀ ।

ସୂଚନାନୁସାରେ, ଗୁରୁବାର ବିଳମ୍ବିତ ରାତିରେ କରମଙ୍ଗି ପଞ୍ଚାୟତ ସୁନ୍ଦରିଆ ଗାଁରେ ହାତୀପଲ ଉପଦ୍ରବ ଚଳାଇଥିବା ବେଳେ ଗ୍ରାମବାସୀ ଘଉଡାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ।ହାତୀପଲଙ୍କୁ ଘଉଡାଇବା ବେଳେ ଦନ୍ତାହାତୀ ଜଣେ ଚାଷୀ ମଙ୍ଗୁଳୁ ନାୟକଙ୍କୁ ଆକ୍ରମଣ ପାଇଁ ଗୋଡାଇଥିଲା ।  ଚାଷୀ ଜଣଙ୍କ ଜମିର ହୁଡା ତଳେ ଲୁଚି ଯାଇ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ହାତୀପଲରେ ୧୫ରୁ ଉର୍ଦ୍ଧ୍ବ ହାତୀ ଥିବାରୁ ତାଙ୍କୁ ଘଉଡାଇବା ଲୋକଙ୍କ  ପକ୍ଷରେ ସମ୍ଭବ ହୋଇନଥିଲା ।ଫଳରେ ଗ୍ରାମର ୧୧ ଜଣ ଚାଷୀଙ୍କ ଏକର ଏକର ପାଚିଲା ଧାନକ୍ଷେତକୁ ମାଡିଦଳି ନଷ୍ଟ କରିବା ସହ ଧାନକୁ ଖାଇଯାଇଛନ୍ତି ଗଜରାଜ ।ଗାଁ ପାଖ ଜଙ୍ଗଲରେ ହାତୀପଲ ରହୁଥିବାରୁ ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି ।ସଞ୍ଜ ନଇଁଲେ ହାତୀପଲ ଗାଁ ଆଡ଼କୁ ମାଡି ଆସୁଛନ୍ତି  ଏବଂ ଧାନଫସଲକୁ ନଷ୍ଟ କରୁଛନ୍ତି ।ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଯାଇଛି ।ଏହାସହ ବନ ବିଭାଗର କ୍ଷତିପୂରଣ ରାଶି ସମୁଦ୍ରକୁ ଶଙ୍ଖେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

   Related Posts