୮ଟିକିଆ ହାତୀପଲଙ୍କ ଉପଦ୍ରବ, ନଷ୍ଟ କଲେ ଏକର ଏକର ଧାନ ଫସଲ

Published By : Prameya-News7 Bureau | September 27, 2021 IST

ତେଲକୋଇ ୨୭।୦୯: ୮ଟିକିଆ ହାତୀପଲଙ୍କ ଉପଦ୍ରବ । ତେଲକୋଇ ରେଞ୍ଜ ତାଳପଦା ଫରେଷ୍ଟ ବିଟ୍‌ ଭାଲିଆଡ଼ାଳ ଗାଁରେ ଆତଙ୍କ ଖେଳାଇଛନ୍ତି ହାତୀପଲ । ଏକର ଏକର ଧାନଫସଲ ନଷ୍ଟ କରୁଛନ୍ତି  । ବନବିଭାଗର ଅବହେଳା ଲାଗି ଏପରି ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଖବର ଅନୁଯାୟୀ, ଶନିବାର ଦିନ ବିଳମ୍ବିତ ରାତିରେ ଗୂଣ୍ଡରିଯୋଡା ଗାଁରେ ଧାନ ଫସଲ ନଷ୍ଟ କରିବା ସହ କଳାପାଟ ସଂରକ୍ଷିତ ଜଙ୍ଗଲରେ ହାତୀପଲ ଥିଲେ । ବନବିଭାଗ ସେଠାରୁ ହାତୀପଲଙ୍କୁ ଘଉଡାଇବାରେ ସଫଳ ହୋଇନଥିବା ବେଳେ ରବିବାର ବିଳମ୍ବିତ ରାତିରେ ଭାଲିଆଡାଳ ଗାଁରେ ଉପଦ୍ରବ କରିଥିଲେ ହାତୀପଲ । ଗାଁରେ ପଶି ହାତୀପଲ ଏକର ଏକର ଧାନଫସଲ କୁ ଖାଇବା ସହ ଦଳିମକଚି ନଷ୍ଟ କରିଦେଇଛନ୍ତି । ଗାଁର କୌଳାସ ମହାନ୍ତ, ଶୁକଦେବ ପାତ୍ର, ଯୁଗଳ ଦେହୁରୀ, ବିରବର ଦେହୁରୀଙ୍କର  ୧୦ ଏକରରୁ ଅଧିକ ଧାନଫସଲ ନଷ୍ଟ କରିଛନ୍ତି ହାତୀପଲ । ଫସଲକୁ ସୁରକ୍ଷା ଦେବାପାଇଁ ଚାଷୀ ହାତୀପଲ ଙ୍କୁ ଘଉଡାଇବା କୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।ବନବିଭାଗ ନିକ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.