Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଭାଙ୍ଗିଲେ ଘର, ନଷ୍ଟ କଲେ ଫସଲ

7/09/2021 at 9:30 AM

ତେଲକୋଇ, ୦୭।୦୯ : କେନ୍ଦୁଝର ତେଲକୋଇ ରେଞ୍ଜ କୁଲାଡେରା ଗାଁରେ ହାତୀପଲଙ୍କ ଉପଦ୍ରବ ।ଘର ଭାଙ୍ଗିବା ସହ ଧାନଚାଉଳ ଖାଇଗଲେ ।ଏକର ଏକର ଧାନଫସଲକୁ ଦଳିମକଚି ନଷ୍ଟ କରିଦେଇଛନ୍ତି ହାତୀ ।ମୁଣ୍ଡ ଝାଳ ତୁଣ୍ଡରେ ମାରି କଷ୍ଟ କରି ଫସଲ କରିଥିବା ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି ।

ସୂଚନାନୁସାରେ, ସୋମବାର ବିଳମ୍ବିତ ରାତିରେ କୁଲାଡେରା ଗାଁରେ  ୩୩ ଟିକିଆ ହାତୀପଲ ଗାଁରେ ପଶିଥିଲେ ।୩୦ ଟିକିଆ ହାତୀପଲ ଧାନଫସଲକୁ ମାଡିମକଚି ନଷ୍ଟ କରିଥିବା ବେଳେ ବାଇଧର ନାୟକ ଓ ହେମନ୍ତ ନାୟକଙ୍କ ଘର ଭାଙ୍ଗିବା ସହ ଧାନଚାଉଳ ଓ ଭାତ ଖାଇଯାଇଥିଲେ ।

ପ୍ରାୟ ୨୧ ଜଣ ଚାଷୀ ଙ୍କର ୧୫ ଏକରରୁ ଉର୍ଦ୍ଧ୍ବ ଧାନଜମିରେ ଥିବା ଫସଲକୁ ନଷ୍ଟ କରିଛନ୍ତି ହାତୀପଲ ।ଏନେଇ ବନବିଭାଗର ଅପାରଗତାକୁ ଦାୟୀ କରିଛନ୍ତି ଚାଷୀ ।ତେଲକୋଇ ଫରେଷ୍ଟ ବିଟର ବନ କର୍ମଚାରୀ ହାତୀ ଘଉଡାଇବାକୁ ଆସୁନଥିବା ବେଳେ ବିମଳା ଫରେଷ୍ଟ ବିଟ୍ କର୍ମଚାରୀ  ଆମ ଏରିଆ ନୁହଁ କହି ପଳାଇ ଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ ।ଏଭଳି ପରିସ୍ଥିତିରେ ଚାଷୀ ଏବେ ଚିନ୍ତାରେ ପଡିଯାଇଛି ।

   Related Posts