Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ

17/09/2021 at 9:57 AM

ପାଟଣା, ୧୭।୦୯ :  କେନ୍ଦୁଝରରେ ଆତଙ୍କ ଚଳାଇଛନ୍ତି  ଗଜରାଜ। ପୋଖରୀରେ ପଶି ସ୍ନାନ କରିବା ପରେ କ୍ଷେତରେ ଧାନ ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭଙ୍ଗାରୁଜା କରିଛନ୍ତି ।

ହାତୀପଲ ଭଣ୍ଡା  ଗ୍ରାମର ହେମନ୍ତ ମହାନ୍ତଙ୍କ ଘର ଭାଙ୍ଗି ଧାନ ଖାଇଦେଇଛନ୍ତି ।କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ  ଉପଦ୍ରବ ଯେତିକି ଲୋକଙ୍କୁ ଆତଙ୍କିତ କରୁଛି ହାତୀପଲଙ୍କ ଜଳକ୍ରୀଡା ଦୃଶ୍ୟ ଲୋକଙ୍କୁ ସେତିକି ଆକର୍ଷିତ ସହ ଆମୋଦିତ  କରିଛି।

ସୂଚନାନୁସାରେ, ଗୁରୁବାର  କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଜ୍ୟୋତିପୁର ବିଟ୍ ବର୍ଦ୍ଧନା ସଂରକ୍ଷିତ ଜଙ୍ଗଲ ଭିତରେ ରହିଛି ଏକ ପୋଖରୀ  । ଏଥିରେ  ୨୫ରୁ ଉର୍ଦ୍ଧ୍ବ ବଣୁଆ ହାତୀ  ସ୍ନାନ କରିବା ପରେ ଚାଷ ଜମିରେ ପଶି ଏକର ଏକର ଧାନ ଫସଲ  ଖାଉଛନ୍ତି । ଏପରିକି ପାଦରେ ଦଳି ଚକଟି ନଷ୍ଟ କରିପକାଉଛନ୍ତି।

ସେହିପରି ବିଳମ୍ବିତ ରାତିରେ ଜ୍ୟୋତିପୁର ବିଟ୍‌ର ବର୍ଦ୍ଧନା ପାରୁଡିପଶି, କୁସୁମନାଳି ବରପଦା ଘୁଣ୍ଟଗଡ଼ିଆ  ଆଦି ଅଞ୍ଚଳରେ  ଏକର ଏକର ଧାନ ଖାଇବା ସହ ପାଦରେ ଦଳି ଚକଟି  ନଷ୍ଟ କରିଛନ୍ତି । ନିଜ ନିଜ ଫସଲକୁ ହାତୀପଲଙ୍କ ଦାଉରୁ ରକ୍ଷା କରିବା ପାଇଁ ଲୋକେ ରାତି ଅନିଦ୍ରା ହେଉଛନ୍ତି। ଏବେ ହାତୀପଲ ସରେଇ ନିକଟରେ ଥିବା  ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

   Related Posts