ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ

Published By : Prameya-News7 Bureau | December 03, 2021 IST

ପାଟଣା, ୦୩।୧୨: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଥମୁନି ହାତୀପଲଙ୍କ ଉପଦ୍ରବ । ହାତୀପଲ ଦିନବେଳା ମୟୁରଭଞ୍ଜ ଜିଲ୍ଲାରେ ରହୁଥିବା ବେଳେ ରାତି ହେଲେ ପାଟଣା ରେଞ୍ଜକୁ ପ୍ରବେଶ କରି ଆତଙ୍କ ଖେଳାଉଛନ୍ତି ।

ହାତୀପଲ ପାଚିଲା ଧାନକୁ ଖାଇ ନଷ୍ଟ କରୁଛନ୍ତି।ବିଳମ୍ବିତ ରାତିରେ ହାତୀପଲ ଠାକୁର ମୁଣ୍ଡା ରେଞ୍ଜରୁ ଆସି ପାଟଣା ରେଞ୍ଜର ତୋଣ୍ଡ ବିଟ୍  ଅଞ୍ଚଳରେ ପ୍ରବେଶ କରୁଛନ୍ତି । ଏହାସହ  ପାଚିଲା ଧାନ ଖାଇ ନଷ୍ଟ କରୁଛନ୍ତି। ଏବେ ହାତୀପଲ  ବଣମହୁଲଡିହା ଗାଁ ନିକଟରେ ଥିବା ଏକ ଜଙ୍ଗଲରେ ଡେରା ପକାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଗାଁ ନିକଟରେ ହାତୀପଲ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।ଖୁବ ଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବା ସହ ଅଞ୍ଚଳରୁ ହାତୀପଲ ଙ୍କୁ ଘଉଡ଼ାଇ ବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.