ଆତଙ୍କ ଖେଳାଇଛନ୍ତି ୨୫ ଟିକିଆ ହାତୀପଲ, ଗୋଠଛଡା ଦନ୍ତା ପାଇଁ ଗାଁ ଲୋକେ ଭୟଭୀତ

Published By : Prameya-News7 Bureau | November 30, 2021 IST

ପାଟଣା,୩୦/୧୧: ହାତୀ ଉପଦ୍ରବ । କେନ୍ଦୁଝର ଜିଲ୍ଲା ସାହାରପଡା ସେକ୍ସନ ବଡ଼ପଶି ରଙ୍ଗାପାଟ ଗୋହିରା ଅଞ୍ଚଳରେ ହାତୀପଲ ଆଡ୍ଡା ଜମାଇଛନ୍ତି ।

ଏହି  ହାତୀପଲ ୨୫ଟି  ହାତୀ ରହିଛନ୍ତି । ଏହାସହ ସେମାନେ ନିକଟବର୍ତ୍ତୀ ଗାଁରେ ପଶି ଏକର ଏକର ଧାନ ଫସଲ ନଷ୍ଟ କରିଛନ୍ତି । ସେହିପରି ଅସନବଣି ଗାଁ ନିକଟରେ  ଆଉ ଏକ ଗୋଟିକିଆ ଦନ୍ତା ବୁଲୁଥିବା ଦେଖିବାକୁ ମିଳିଛି । ଗାଁ ନିକଟରେ ଗୋଠ ଛଡା ହୋଇ ଦନ୍ତା ବୁଲୁଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ତେବେ ଗୋଠ ଛଡା ଦନ୍ତାକୁ  ହାତୀପଲ ସହ ମିଶାଇବାକୁ ବନ ବିଭାଗର ଉଦ୍ୟମ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.