କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ

Published By : Prameya-News7 Bureau | October 28, 2021 IST

କରଞ୍ଜିଆ, ୨୮/୧୦:  ହାତୀ ଆତଙ୍କ ।  ଏକର ଏକର ଧାନଫସଲ ନଷ୍ଟ କରୁଛନ୍ତି ୨୫ ଟିକିଆ ଝାଡଖଣ୍ଡୀ ହାତୀପଲ । ମୟୂରଭଞ୍ଜ କରଞ୍ଜିଆ ରେଞ୍ଜରେ ଗଜରାଜ ଆତଙ୍କ ଖେଳାଉଛନ୍ତି ।

ବୁଧବାର  କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜରେ ହାତୀପଲଙ୍କ ଉତ୍ପାତ କରିଛନ୍ତି ।ରାତିରେ  ଦରି ଓ ଶିରମଣିପୁର ଠାରେ ସେମାନେ ଫସଲକୁ ମାଡିଦଳି କରିଛନ୍ତି ।୨୫ଟିକିଆ  ହାତୀପଲ ବର୍ତ୍ତମାନ ଦରି ସଂରକ୍ଷିତ ଜଙ୍ଗଲରେ ଥିବା ସୂଚନା ମିଳିଛି। ତେବେ  ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ଉଦ୍ୟମ ଜାରି ରହିଥିବା ଜଣାପଡିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.