ହାତୀ ପଲଙ୍କ ଉପଦ୍ରବ, ଘର ଭାଙ୍ଗିବା ସହ ଫସଲ ନଷ୍ଟ

Published By : Prameya-News7 Bureau | October 13, 2021 IST

ଗଞ୍ଜାମ ୧୩।୧୦: ଗଞ୍ଜାମ ଜିଲ୍ଲା ଧରାକୋଟ ବନାଞ୍ଚଳ ରୁଗୁମୁ ପଞ୍ଚାୟତ ରାଶିବାଡ଼ି ଗାଁର ହାତୀ ପଲଙ୍କ ଉପଦ୍ରବ । ଘର ଭାଙ୍ଗିବା ସହ ନଷ୍ଟ କରିଛନ୍ତି ଅମଳ ଅପେକ୍ଷାରେ ଥିବା ଫସଲ । ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହୁଥିବାର ଅଭିଯୋଗ ଆସିଛି ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ହାତୀପଲ ଚାଷ ଜମି ଜଗିବା ଲାଗି ରହିଥିବା ଏକ ଘରକୁ ଭାଙ୍ଗିବା ସହିତ ଚାଉଳ ଓ ସମସ୍ତ ଜିନିଷ ପାତ୍ର ନଷ୍ଟକରିଛନ୍ତି । ତେବେ ଏବେ ଯାଏଁ କୌଣସି ଅଘଟଣର ସୂଚନା ମିଳିନାହିଁ । ଗାଁ ନିକଟରେ ହାତୀଙ୍କ ଏହି ଭଳି ଉପଦ୍ରଵକୁ ଦେଖି ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି l  ଅନ୍ୟପଟେ ଗ୍ରାମ ନିକଟ ଜଙ୍ଗଲରେ କିଛିଦିନ ହେବ ଦଶଟିକିଏ ହାତୀପଲଙ୍କ ଗତିବିଧି ରହିଥିବା ସୂଚନା ଦେଇଛନ୍ତି ଆସିକା ବନଖଣ୍ଡର ବିଭାଗୀୟ ଅଧିକାରୀ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.