Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଚମ୍ପୁଆ ରେଞ୍ଜରେ ଝାଡଖଣ୍ଡୀ ହାତୀ ଆତଙ୍କ, ଫସଲ ନଷ୍ଟ କରୁଛନ୍ତି ୧୩ ଦନ୍ତା

4/10/2021 at 11:26 AM

କେନ୍ଦୁଝର,୦୪/୧୦: କେନ୍ଦୁଝର ଚମ୍ପୁଆ ରେଞ୍ଜ ବାଲିବନ୍ଦ ଫରେଷ୍ଟ ବିଟ୍‌ ଅଞ୍ଚଳରେ ହାତୀ ଆତଙ୍କ ।   ଧସେଇ ପସିଛନ୍ତି ୬୦ ଟିକିଆ ଝାଡଖଣ୍ଡି ହାତୀପଲ ।  ହାତୀ ପଲରେ ସମୁଦାୟ ଏକ ବର୍ଷରୁ ସାତ ବର୍ଷ ମଧ୍ୟର ୧୯ ଛୁଆ ହତୀ, ୨୮ଟି ମାଈ ଓ ୧୩ଟି ଦନ୍ତା ରହିଛନ୍ତି ।

ହାତୀ ପଲ ସୋମବାର ତିନିଭାଗ ହୋଇ ୨୬ ଟି ହାତୀ ପାର୍ବତୀପୁର, ୧୪ ଟି  ହରିଡାଯୋଡି ଓ ୨୦ଟି ହାତୀ କାପାଣୀ ଅଞ୍ଚଳରେ ଡେରା ପକାଇଛନ୍ତି । ଦିନ ବେଳେ ସେମାନେ ଜଙ୍ଗଲରେ ବିଶ୍ରାମ ନେଉଥିବା ବେଳେ ସଂନ୍ଦ୍ୟା ହେଉ ହେଉ ଧାନ ବିଲ ରେ ପଶି ଫସଲ ଖାଇଯିବା ସହ ଦଳି ଚକଟି ନଷ୍ଟ କରି ପକାଉଛନ୍ତି । ଫଳରେ ଏହି ସବୁ ଅଞ୍ଚଳର ଲୋକେ ଏବେ ଆତଙ୍କିତ ହୋଇ ପଡିଛନ୍ତି ।

ସୂଚନା ଯୋଗ୍ୟ, ଗତ ୨୭ ତାରିଖରେ  ବାଲିବନ୍ଦ ଫରେଷ୍ଟ ବିଟ ଅଞ୍ଚଳର ପୁରୁଣାପାଣି ଗ୍ରାମର ଚାମର ମୁଣ୍ଡାଙ୍କୁ ହାତୀ ଦଳି ଚକଟି ମାରିଥିଲା । ବନ ବିଭାଗ ହାତୀ ପଲଙ୍କ ଉପରେ କଡା ନଜର ରଖିବା ସହ ଗାଁ ଠାରୁ ଦୂରେଇ ରଖିବାକୁ ଚେଷ୍ଟା ଜାରି ରଖିଛି । ତାସହ ଲୋକ ମାନେ ମଧ୍ୟ ହାତୀ ଙ୍କୁ ଟେକା ପଥର ନମାରି ଉତ୍ତେଜିତ ନ କରିବାକୁ ବନ ବିଭାଗ \ସଜାଗ କରିଛି । 

   Related Posts