Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଚମ୍ପୁଆ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ନଷ୍ଟ କରୁଛନ୍ତି ଏକର ଏକର ଫସଲ

14/10/2021 at 8:06 AM

ପାଟଣା ୧୪/୧୦:  କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜର ଜ୍ୟୋତିପୁର ବିଟ୍ ଅଞ୍ଚଳରେ ତିନି ଦିନ ହେବ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ଦିନବେଳା ଜଙ୍ଗଲରେ ହାତୀପଲ ରହୁଥିବା ବେଳେ ସଂଧ୍ୟା ହେଲେ ଗାଁ ମୁହାଁ ହୋଇ କ୍ଷେତରେ ପଶି ଏକର ଏକର ଧାନ ଫସଲ ମାଡି ଦଳି ନଷ୍ଟ କରୁଛନ୍ତି।

ବୁଧବାର ବିଳମ୍ବିତ ରାତିରେ ହାତୀପଲ ଷଡ଼ଙ୍ଗୀ, ଜ୍ୟୋତିପୁର, କୁସୁମନାଳୀ,ଝାଲିଆ ବେଡା, ମାଳିପଶି ଗ୍ରାମରେ ଏକର ଏକର ଧାନ ଫସଲ ନଷ୍ଟ କରିଛନ୍ତି । ଋଣ କରଜ କରି ଚାଷ କରିଥିବା ଚାଷୀକୁଳ ଚିନ୍ତାରେ ପଡିଥିବା ବେଳେ ନିଜ ନିଜର ଫସଲକୁ ରକ୍ଷା କରିବା ପାଇଁ ରାତି ଅନିଦ୍ରା ରହୁଛନ୍ତି। ହାତୀପଲ ଏବେ ବର୍ଦ୍ଧନା  ଗାଁ ନିକଟ  ଜଙ୍ଗଲରେ ଡେରା ପକାଇଛନ୍ତି।

ହାତୀପଲରେ ୫ ଟି ଦନ୍ତା ୧୧ ଟି ମାଈ ହାତୀ ଓ ୧୦ ଟି ଛୁଆ ହାତୀଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଗାଁ ନିକଟ ଜଙ୍ଗଲରେ ହାତୀପଲ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।ବନ ବିଭାଗ ହାତୀପଲଙ୍କ ପଛେ ପଛେ ରହି ଘଉଡ଼ାଇବାକୁ ଚେଷ୍ଟା ଜାରି ରଖିଛି।ଖୁବ ଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇଦେବା ସହ ହାତୀପଲଙ୍କୁ ଘଉଡ଼ାଇବା ପାଇଁ  ଚାଷୀ ଦାବି କରିଛନ୍ତି।

   Related Posts