ଚମ୍ପୁଆ ଓ ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟକଲେ ପନିପରିବା ଓ ଧାନ ଫସଲ

Published By : Prameya-News7 Bureau | September 13, 2021 IST

ପାଟଣା, ୧୩।୦୯ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଓ ପାଟଣା ରେଞ୍ଜରେ ଗତ କିଛି ଦିନ ଧରି ହାତୀପଲ ଆତଙ୍କ ଖେଳାଉଛନ୍ତି । ରବିବାର ୩୪ ଟିକିଆ ହାତୀପଲଙ୍କ ଉପଦ୍ରବ ଏଠାରେ ଦେଖିବାକୁ ମିଳିଛି।

ହାତୀପଲ ଏକର ଏକର ଧାନ ଫସଲ ନଷ୍ଟ କରିବା ରହ ସହ ପନିପରିବା ଚାଷକୁ ଦଳିମକଚି ଉଜାଡି ଦେଇଛନ୍ତି ।  ସେହିପରି ଚମ୍ପୁଆ ରେଞ୍ଜ ଝାଲିଆବେଡା ଗ୍ରାମରେ ଏକର ଏକର ଧାନ ଫସଲ ବି ହାତୀଙ୍କ ଦାଉରୁ ମୁକ୍ତି ପାଇନି ।

ପାଟଣା ରେଞ୍ଜ ଶବରଣୀବେଡା ଅଞ୍ଚଳରେ ମଧ୍ୟ ପନିପରିବା ଚାଷ ନଷ୍ଟ କରିଛନ୍ତି ହାତୀପଲ । ଗାଁ ନିକଟ  ଜଙ୍ଗଲରେ ହାତୀପଲ ବୁଲୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.