ବାରିପଦା ସହରରେ ଦନ୍ତା ଆତଙ୍କ : ହାତୀର ଗତିବିଧି ଉପରେ ବନ ବିଭାଗର କଡା ନଜର

Published By : Prameya-News7 Bureau | October 09, 2021 IST

ବାରିପଦା,୦୯/୧୦:   ବାରିପଦା ସହରରେ ଆତଙ୍କ ଖେଳାଉଛନ୍ତି ଦନ୍ତା ହାତୀ । ଶନିବାର ସକାଳେ ସହରର ମୁର୍ଗବାଡି ଅଞ୍ଚଳରେ ଏକ ଦନ୍ତା ବୁଲୁଥିବା ଦେଖିବାକୁ ମିଳିଛି।

ହାତୀଟି କୌଣସି କ୍ଷୟକ୍ଷତି ଘଟାଇ ନଥିବା ଜଣାପଡିଛି। ବାରିପଦା ବନ ବିଭାଗ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି। ଏବେ ହାତୀଟି ଶଙ୍ଖାଭଙ୍ଗା ଅଞ୍ଚଳରେ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଝାଡ଼ଖଣ୍ଡି ଦନ୍ତାଟି ପଶ୍ଚିମବଙ୍ଗ ଆଡୁ ଦେଉଳି ଆଡ଼କୁ ଆସିଥିବାର ଅନୁମାନ କରାଯାଉଛି। ରାତି ସାରା ଏହା ଧାଡିପଡା, କୁଆବୁଡା ଅଞ୍ଚଳରେ ରହିଥିବା ବେଳେ ଶନିବାର ସକାଳେ ମୁନିସିବନ୍ଧ ଦେଇ ତକତପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ରହିଥିବାର ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.