Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବାଂଶପାଳରେ ମାତିଛନ୍ତି ୧୨ ଟିକିଆ ହାତୀପଲ, ଘର ଭାଙ୍ଗିବା ସହ ନଷ୍ଟ କଲେ ଧାନ ଚାଉଳ

15/07/2021 at 11:14 AM

ବାଂଶପାଳ, ୧୫/୦୭:   କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞ୍ଜରେ ଥମୁନି ହାତୀ ଉପଦ୍ରବ । ହାତୀପଲ ପ୍ରତିଦିନ ବିଭିନ୍ନ ଅଂଚଳରେ ପଶି ଉପଦ୍ରବ ଚଳାଉଛନ୍ତି। ବୁଧବାର ବାଲରାଇ ଓ କଣ୍ଡକଳା ଗ୍ରାମରେ ପଶି ହାତୀ ପଲ ଆତଙ୍କ ଖେଳାଇଛନ୍ତି।

୧୨ ଟିକିଆ ହାତୀପଲ ଦିନ ବେଳା ନିକଟସ୍ଥ ଚା ବଗିଚା ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଗାଁ ମୁହାଁ ହୋଇ ଘର ଭାଙ୍ଗିବା ସହିତ ବିଭିନ୍ନ କ୍ଷୟକ୍ଷତି କରୁଛନ୍ତି । ଫଳରେ ଲୋକେ ଭୟଭୀତ ହୋଇ ରହୁଛନ୍ତି। ବୁଧବାର  ବିଳମ୍ବିତ ରାତିରେ ହାତୀପଲ ବାଲରାଇ ଗ୍ରାମର ଖଗେଶ୍ବର ସେଠୀଙ୍କ ଘର ଭାଙ୍ଗି ଦେବା ସହ ଘର ଭିତରେ ଥିବା ଧାନ ଚାଉଳ ଓ  ଆସବାଭ ପତ୍ର  ନଷ୍ଟ କରିଦେଇଛନ୍ତି। ଖଗେଶ୍ୱରଙ୍କ ପରିବାର ହାତୀ ଆସିଥିବା ଜାଣିପାରି ଘରୁ ଦୌଡ଼ି ପଳାଇଥିଲେ ।ରାତିରେ ଗ୍ରାମବାସୀ ହାତୀଙ୍କୁ ଘଉଡାଇବାରୁ ହାତୀ ପଲ ଜଙ୍ଗଲକୁ ପଳାଇଯାଇଥିଲେ।

ଏହାପରେ ନିକଟସ୍ଥ କଣ୍ଡକଳା ଗ୍ରାମରେ ପଶି ଯାଇ ହାତୀପଲ ଜିଞ୍ଜର ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଥିଲେ।ଜିଞ୍ଜରଙ୍କ ପରିବାର ଘରୁ ବାହାରକୁ ଦୌଡ଼ି ପଳାଇବାରୁ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ବନ ବିଭାଗ ହାତୀଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରୁଥିଲେ ହେଁ ବିଫଳ ହେଉଛି।ତେବେ ହାତୀ ପଲଙ୍କୁ ଘଉଡାଇବା ସହିତ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

   Related Posts