Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଭିକ ମାଗିବାକୁ ହାତୀକୁ କରିଦେଲେ ଅନ୍ଧ, ନିରୀହ ‘ଆର୍ଯ୍ୟ’ର ଦୃଷ୍ଟିଶକ୍ତି ଫେରାଇବାକୁ ଚେଷ୍ଟା କରୁଛି ଡାକ୍ତରୀ ଟିମ୍‌

9/10/2020 at 5:43 PM

ନୂଆଦିଲ୍ଲୀ ୦୯/୧୦: କିଛି ଲୋକ ଭିକ ମାଗିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାନ୍ତି। କେହି କେହି ଚିରା ଫଟା ପୋଷାକ ପରିଧାନ କରୁଥିବା ବେଳେ କିଛି ଛୋଟା କିମ୍ବା ଅନ୍ଧ ଭଳି ଅଭିନୟ କରି ଭିକ ମାଗୁଥିବାର ଦେଖିବାକୁ ମିଳେ। ଏମିତି ମଧ୍ୟ ଲୋକ ଅଛନ୍ତି ଯେଉଁମାନେ ପଶୁମାନଙ୍କୁ ବିଭିନ୍ନ କ୍ରୀଡ଼ା କରାଇ ଲୋକଙ୍କ ପାଖରୁ ଟଙ୍କା ନେଇ ଗୁଜୁରାଣ ମେଣ୍ଟାନ୍ତି । କିନ୍ତୁ ଭିକ ମାଗିବା ପାଇଁ ନିରୀହ ପ୍ରାଣିଙ୍କ ବ୍ୟବହାର କରିବା କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଏହାଠାରୁ ଅଧିକ ଆଶ୍ଚର୍ଯକର କଥା ହେଉଛି ଭିକ ମାଗିବା ପାଇଁ ଏକ ପଶୁକୁ ଅନ୍ଧ କରିଦେବା। ଏଭଳି ଏକ ଅମାନୁଷିକ ଘଟଣା ମଥୁରାରେ ଦେଖିବାକୁ ମିଳିଛି।

ମଥୁରା ଜନପଦ ସ୍ଥିତ ଚୁରମୁରା ହାତୀ ସଂରକ୍ଷଣ କେନ୍ଦ୍ରକୁ ଶୁକ୍ରବାର ଏକ ହାତୀକୁ ଅଣାଯାଇଛି। ୫୫ ବର୍ଷୀୟ ହାତୀର ନାଁ ‘ଆର୍ଯ୍ୟ’। ଏହି ହାତୀକୁ ଭିକ ମାଗିବା ପାଇଁ ବ୍ୟବହାର କରାଯାଉଥିଲା। ହାତୀର ଆଖିକୁ କିଛି ମୁନିଆଁ ଯନ୍ତ୍ରରେ ଆଘାତ ଦିଆଯାଇ ଅନ୍ଧ କରାଯାଇଥିବା ଜଣାପଡ଼ିଛି। ତେବେ​‌ ଦେଶର ଏକମାତ୍ର ହାତୀ ହସ୍ପିଟାଲରେ ‘ଆର୍ଯ୍ୟ’ର ଚିକିତ୍ସା କରାଯିବ। ହାତୀଟିର ଆଖି ନଷ୍ଟ ହୋଇଥିବା ବେଳେ ଅନ୍ୟ ରୋଗରେ ମଧ୍ୟ ପୀଡ଼ିତ । ତେଣୁ ଲେଜ୍‌ର ଥେରାପି, ହାଇଡ୍ରୋ ଥେରାପି ଆଦି ମାଧ୍ୟମରେ ‘ଆର୍ଯ୍ୟ’ର ଚିକିତ୍ସା କରାଯିବ।

ହସ୍ପିଟାଲ୍‌ ଅଣାଯାଇଥିବା ହାତୀର ଆଖି ବହୁଦିନ ପୂର୍ବରୁ ଖରାପ ହୋଇଥିଲା। ତେବେ ‘ଆର୍ଯ୍ୟ’ର ବାମ ଆଖିକୁ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ତାର ବାମ ଆଖିକୁ କୌଣସି ଏକ ମୁନିଆଁ ଯନ୍ତ୍ରରେ ଆଘାତ ଦିଆଯାଇଥିଲା। ଏହା ବ୍ୟତୀତ ‘ଆର୍ଯ୍ୟ’ କୂପୋଷଣ ଓ ଅନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିବା ଜଣେ ବରିଷ୍ଠ ଡାକ୍ତର କହିଛନ୍ତି। ତେଣୁ ଏକ ଟିମ୍‌ ‘ଆର୍ଯ୍ୟ’ର ଚିକିତ୍ସା କରିବେ ଓ ଖୁବଶୀଘ୍ର ‘ଆର୍ଯ୍ୟ’କୁ ଭଲ କରିବା ପାଇଁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।

   Related Posts