ହାତୀ ଉପଦ୍ରବରେ ଏକର ଏକର ଫସଲ ନଷ୍ଟ
10/12/2019 at 10:56 AM

ଭୁବନ ୧୦।୧୨: ଢେଙ୍କାନାଳ ଭୁବନରେ ହାତୀ ଉପଦ୍ରବ । ଭାରତୀ ପାହାଡ ପାଦଦେଶରେ ଥିବା ଗାଁ ଗୁଡିକରେ ହାତୀ ଉପଦ୍ରବ ଦେଖାଦେଇଛି । ହାତୀ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଦଶ ଦିନ ଧରି ହାତୀ ପଲ ଭାରତୀ ପାହାଡ ପାଦଦେଶରେ ଥିବା ବନବିଭାଗ କହିଛି । ରେଣଦାପାଟଣା, ବ୍ରହ୍ମାନନ୍ଦ କଲୋନୀ ଓ ଧୋଡା ଅଞ୍ଚଳରେ ପାଚିଲା ଧାନଫସଲ ଦଳି ଚକଟି ନଷ୍ଟ କରିବା ସହ ଖାଇଯାଉଛନ୍ତି । ବିଶେଷ କରି ପାହଡ ପାଦ ଦେଶରେ ଥିବା ବ୍ରହ୍ମାନନ୍ଦ କଲୋନୀ ବାସିନ୍ଦା ଭୟଭୀତ ଅବସ୍ଥାରେ ରହିଛନ୍ତି । ହାତୀ ପଲ ପାଇଁ ଗାଁର ବିଜୁଳି ସଂଯୋଗ କାଟି ଦିଆଯାଉଛି । ସ୍ଥାନୀୟ ଲୋକେ ଓ ବନବିଭାଗ ହାତୀ ପଲଙ୍କୁ ଘଉଡାଇଲେ ବି ହାତୀ ପଲ ପୁଣି ଚାଲିଆସୁଥିବାରୁ ସମସ୍ତଙ୍କ ଚିନ୍ତା ବଢିଯାଇଛି । ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛି ବନବିଭାଗ ।
Related Posts
ଅଣ୍ଡରପାସିଂ ଖାଲରେ ବୁଡିଗଲେ ବ୍ୟକ୍ତି, ଚାଲିଗଲା ଜୀବନ
18 January 2021
ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
18 January 2021
ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ଜଣକୁ ଅଟକ ରଖିଲା ପୋଲିସ
18 January 2021
ଜେସିବି ଇଞ୍ଜିନରୁ ୧୧ ଫୁଟର ଅଜଗର ଉଦ୍ଧାର
18 January 2021