ପାଟଣା ରେଞ୍ଜରେ ହାତୀପଲଙ୍କ ଉପଦ୍ରବ : ବ୍ୟାପକ ଧାନ ଫସଲ ନଷ୍ଟ

Published By : Prameya-News7 Bureau | November 27, 2019 IST

ପାଟଣା ୨୭।୧୧: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ତିନି ଦିନ ଧରି ହାତୀପଲ ଙ୍କର ଉପଦ୍ରବ ଜାରି ରହିଛି। ବନ ବିଭାଗ ହାତୀପଲ ଙ୍କ ଗତିପଥ ଉପରେ ନଜର ରଖିଛି। ଘନ କୁହୁଡି ଓ ଆବଶ୍ୟକ ଅନୁଯାୟୀ ଲାଇଟ ନଥିବାରୁ ହାତୀପଲ ଙ୍କୁ ଘଉଡାଇବା ରେ କଷ୍ଟକର ହୋଉଥିବା ବନବିଭାଗ କହିଛି ।

{"id":190485,"sizeSlug":"large"}

 ସୂଚନାଯୋଗ୍ୟ ଯେ, ହାତୀପଲ କରଞ୍ଜିଆ ରେଞ୍ଜର ବଡ଼ ଦେଉଳି ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ରେ ଗାଁ ମୁହାଁ ହୋଇ ପାଟଣା ରେଞ୍ଜର ବିଭିନ୍ନ ଗ୍ରାମକୁ ପଶି ଫସଲ ନଷ୍ଟ କରିବା ସହ ଅମଳ ପାଇଁ ରଖାଯାଇଥିବା ଧାନ ବିଡା କୁ ଖାଇ ନଷ୍ଟ କରୁଛନ୍ତି । ସାହରପଡା ବ୍ଲକ ମୟୁରପଙ୍ଖା ବାଲିତୁଟା ଳୁଙ୍ଗା ବାଲିପଶି ଅଞ୍ଚଳ ରେ ଧାନ ଫସଲ ନଷ୍ଟ କରିଛନ୍ତି ହାତୀପଲ । ଗତକାଲି ବିଳମ୍ବିତ ରାତିରେ ଦେଓ ନଦୀ କୂଳରେ ଥିବା ବାଲିତୁଟା ଓ ତୋଣ୍ଡ ଗ୍ରାମରେ ହାତୀପଲ ପଶି ଧାନ ଫସଲ ନଷ୍ଟ ମଧ୍ୟ କରିଛନ୍ତି ।  ଅଦିନିଆ ବର୍ଷା ପରେ ହାତୀ ପଲ ଚାଷୀ ଙ୍କ ଧାନ କ୍ଷେତ ଉଜାଡ଼ି ଦେବା ପରେ ଏବେ ଚିନ୍ତାରେ  ଚାଷୀକୂଳ ।  ଖୁବ ଶିଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।ବନ ବିଭାଗ ହାତୀପଲ ଙ୍କ ଉପରେ ନଜର ରଖାଯିଛି । ଘନ କୁହୁଡି ଓ ଆବଶ୍ୟକ ଅନୁଯାୟୀ ଲାଇଟ ନଥିବାରୁ ୨୨ ଟିକିଆ ହାତୀପଲ ଙ୍କୁ ଘଉଡାଇବା ରେ କଷ୍ଟକର ହୋଉଥିବା ବନ ବିଭାଗ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.