ଆମ୍ବ ଗୋଟାଇବା ବେଳେ ଆକ୍ରମଣ କଲା ହାତୀ, ମହିଳା ମୃତ

Published By : Prameya-News7 Bureau | May 06, 2021 IST

ତାଲଚେର, ୦୬।୦୫: ଅନୁଗୋଳରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ମହିଳା ମୃତ । ଜିଲ୍ଲାର ତଳଗଡ଼ରେ ହାତୀ ଆକ୍ରମଣରେ ଜଣେ ମହିଳା ପ୍ରାଣ ହରାଇଛନ୍ତି।

ସୂଚନାନୁସାରେ, ତଳଗଡ ଗ୍ରାମର ଜଣେ ମହିଳା ଆମ୍ବ ଗୋଟାଇବାକୁ ଯାଇଥିଲେ । ଏହି ସମୟରେ ସେ ହାତୀ ହାବୁଡରେ ପଡିଯାଇଥିଲେ । ସେ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଫଳରେ ହାତୀ ଆକ୍ରମଣର ଶିକାର ହୋଇ ଜୀବନ ହାରିଥିଲେ । ମୃତ ମହିଳା ହେଲେ ମମତା ସେଠୀ । ମହିଳାଙ୍କ ମୃତ୍ୟୁ ପରେ ବନ ବିଭାଗର କର୍ମଚାରୀ ପହଁଚି ତଦନ୍ତ ଆରମ୍ଭ କରିବା ସହ ହାତୀପଲଙ୍କ ଉପରେ ନଜର ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.