ମାତିଛନ୍ତି ୩ ଟିକିଆ ହାତୀପଲ : ବୃଦ୍ଧଙ୍କୁ ଆକ୍ରମଣ କରି ମାରିଲେ, ନଷ୍ଟକଲେ ଫସଲ

Published By : Prameya-News7 Bureau | September 11, 2021 IST

ତେଲକୋଇ, ୧୧।୦୯ : କେନ୍ଦୁଝର ଜିଲ୍ଲା  ତେଲକୋଇ ଅଞ୍ଚଳରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣେ ବୃଦ୍ଧ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ,  ଦୋଦଲପଳା ପଞ୍ଚାୟତ ଜୁଆଙ୍ଗ ସାହିର ମକୁରୁ ନାୟକ ନାମକ ଜଣେ ବୃଦ୍ଧ ଶନିବାର ସକାଳେ ଶୌଚ ହେବାକୁ ଯାଇଥିଲେ ।ଏତିକି ବେଳେ ତାଙ୍କୁ ୩ ଟିକିଆ ହାତୀପଲ ଆକ୍ରମଣ କରିଥିଲେ । ସେ ହାତୀ କବଳରୁ ବର୍ତ୍ତି ପାରିନଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ସେହିପରି ହାତୀପଲ ଜୁଆଙ୍ଗ ସାହିରେ ପଶି ଫସଲ ନଷ୍ଟ କରିବା ସହ ଘର ମଧ୍ୟ ଭାଙ୍ଗି ଦେଇଛନ୍ତି । ବନ ବିଭାଗ ଏ ଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.