ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ, ୩ ଗୁରୁତର

Published By : Prameya-News7 Bureau | April 03, 2021 IST

ଖୋର୍ଦ୍ଧା, ୦୩/୦୪: :   ଖୋର୍ଦ୍ଧା ବନଖଣ୍ଡ ଅଧୀନ ଧଉଳି ମୁହଁ ପଞ୍ଚାୟତର ଦୁର୍ଗା ପ୍ରସାଦ ଗ୍ରାମରେ ହାତୀ ଆକ୍ରମଣ । ହାତୀ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଓ ୩ଜଣ ଗୁରୁତର ହୋଇଛନ୍ତି ।

ଗୁରୁତରଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତ ମହିଳା ଜଣକ ହେଲେ ମଞ୍ଜୁଲତା ବେହେରା । ସେହିପରି ହାତୀ ଆକ୍ରମଣରେ ନିତ୍ୟାନନ୍ଦ ବେହେରା, ମମତା ଭାରୀମଲ୍ଲ ଓ ସସ୍ମିତା ଭାରୀମଲ୍ଲ ଗୁରୁତର ହୋଇଛନ୍ତି ।

ତେବେ ଶନିବାର ସକାଳେ ସେମାନେ ଉଠି ବାଡିପଟେ ଘର ନିତ୍ୟକର୍ମ କରୁଥିବା ବେଳେ ହାତୀ ଆକ୍ରମଣ କରିଥିବା ସୂଚନା ମିଳିଛି ।ମମତା ଭାରିମଲ୍ଲ ଓ ସସ୍ମିତା ଭାରିମଲ୍ଲଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୂବନେଶ୍ବର ଏମ୍ସ କୁ ସ୍ଥାନାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.