ଜଙ୍ଗଲକୁ ଶାଗ ସଂଗ୍ରହ ପାଇଁ ଯାଇଥିଲେ, ଆକ୍ରମଣ କଲା ହାତୀ : ୨ ମୃତ

Published By : Prameya-News7 Bureau | May 08, 2021 IST

ରାଇରଙ୍ଗପୁର,୦୮/୦୫:  ହାତୀ ଆକ୍ରମଣରେ ୨ ମୃତ । ଜଙ୍ଗଲକୁ ଶାଗ ସଂଗ୍ରହ କରିବାକୁ ଯାଇ ହାତୀ ଆକ୍ରମଣରେ  ଗଲା ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡର ବିଶୋଇ ରେଞ୍ଜର ଟୁଙ୍ଗୁରୁ ଜଙ୍ଗଲରେ।

ସୂଚନା ଅନୁଯାୟୀ, ବିଶୋଇ ଥାନା ଦୁଧକୁଣ୍ଡି ଗ୍ରାମର ଦୁଇଜଣ ମହିଳା ଓ ଜଣେ ନାବାଳିକା ଗାଁ ପାଖ ଜଙ୍ଗଲକୁ ଶାଗ ସଂଗ୍ରହ କରିବାକୁ ଯାଇଥିଲେ । ଏହି ସମୟରେ ସେମାନେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା । ମୃତକ ଦ୍ୱୟ ହେଲେ ମେଘନା ବିନ୍ଧାଣି ଓ କାନ୍ଦିରି ମୁର୍ମୁ ।

ତେବେ ଧାନୀ ବିନ୍ଧାଣି ନାମକ ମହିଳା ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି।ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ପହଂଚି ଉଦ୍ଧାର କାର୍ଯ୍ୟ ଚଳାଇଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.