Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ବାପାକୁ କଚାଡି ମାରିଲା ହାତୀ, ଅଳ୍ପକେ ବର୍ତ୍ତିଲା ପୁଅ

24/12/2020 at 1:29 PM

ଢେଙ୍କାନାଳ, ୨୪୧୨ବାପା ପୁଅ ସାଇକେଲ ଯୋଗେ ଧାନ ପେଶାଇବାକୁ ଯାଉଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଚନ୍ତି। ଏତିରେ ଘଟଣାସ୍ଥଳରେ ବାପାର ମୃତ୍ୟୁ ଘଟିଥିବାବେଳେ ପୁଅ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ଢେଙ୍କାନାଳ ଜିଲ୍ଲା  ପରଜଙ୍ଗ ମହାବିରୋଡ଼ ରେଞ୍ଜ ଅଂଚଳରେ ବୁଧବାର ରାତିରେ ଏପରି ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁସାରେ, ଜିଲ୍ଲା ମହାବୀରରୋଡ଼ ରେଞ୍ଜ ଅନ୍ତର୍ଗତ ମଝିକା ଗ୍ରାମର ନିରଞ୍ଜନ ସ୍ୱାଇଁ ଓ ତାଙ୍କ ପୁଅ ନାଗା ଦୁଇଟି ସାଇକେଲ ଯୋଗେ କନ୍ଦରସିଂଙ୍ଗା ଗ୍ରାମକୁ ଧାନ ପେଶାଇବାକୁ ଯାଇ ନିଜ ଗାଁ କୁ ଫେରୁଥିଲେ । ତେବେ ମଝିକା କାଳୀମନ୍ଦିର ନିକଟରେ ହାତୀ ସହ ମୁହାଁମୁହିଁ ହୋଇଥିଲେ । ହାତୀ ଟ ନିରଞ୍ଜନଙ୍କୁ ଶୁଣ୍ଢ ରେ ଟେକି କଚାଡି ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଅଳ୍ପକେ ପୁଅ ନାଗା ବଞ୍ଚି ଯାଇଥିବା ଜଣାପଡିଛି।ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଓ  ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପରଜଙ୍ଗ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି।

ଏହି ଅଞ୍ଚଳ ପ୍ରତ୍ୟେକ ଦିନ ହାତୀ ଉପଦ୍ରବ ଲାଗିରହିଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଗତ ସପ୍ତାହରେ  ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହେଇଥିଲା। ଏ ଅଞ୍ଚଳରେ ବିଭିନ୍ନ ସମୟରେ ହାତୀ ଆତଙ୍କ ଦେଖାଯାଉଥିବା ବେଳେ ବ୍ୟାପକ ମାତ୍ରାରେ ଧନଜୀବନ ନଷ୍ଟ ମଧ୍ୟ ହେଉଛି । ଫଳରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

   Related Posts