ଜଙ୍ଗଲ ରାସ୍ତାରେ ଆକ୍ରମଣ କଲା ହାତୀ, ଜଣେ ମୃତ

Published By : Prameya-News7 Bureau | November 09, 2021 IST

ଘଟଗାଁ,୦୯/୧୧: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଧୁବୁଲାବେଡା ଗାଁରେ ଗଜରାଜଙ୍କ ଆତଙ୍କ । ଗାଁ ନିକଟବର୍ତ୍ତୀ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ମୃତକ ହେଲେ ହାତିନୋଟା ଗାଁର ଜଳଧର ମହାରଣା । ସୂଚନାନୁସାରେ,  ଜଳଧର ମଙ୍ଗଳବାର ସକାଳୁ ସକାଳୁ କୌଣସି କାମରେ ଧୁବୁଲାବେଡାରୁ ଛୋଟରାୟପୁର ଗାଁକୁ ଯାଉଥିଲା । ଧୁବୁଲାବେଡା ଗାଁକୁ ଯିବା ସମୟରେ ଏକ ଜଙ୍ଗଲ ରାସ୍ତା ପଡେ । ଠିକ୍ ସେହି ସମୟରେ ରାସ୍ତା ମଝିରେ ତାଙ୍କୁ ହାତୀ ଆକ୍ରମଣ କରିଥିଲା । ଫଳରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.