ସୁରକ୍ଷା କର୍ମୀଙ୍କୁ ବାନ୍ଧି, ୨୫୦ଟି ଏଲଇଡ଼ି ଟିଭି କିପରି ଲୁଟିଛନ୍ତି ଚୋର, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | October 22, 2019 IST

ପାଟନା୨୨|୧୦: ରାତିଅଧରେ ୨୫୦ଟି ଏଲଇଡ଼ି ଟିଭି ଦୁର୍ବୃତ୍ତ ଚୋରି କରିଛନ୍ତି। ଦୁର୍ବୃତ୍ତମାନେ ସୁରକ୍ଷା ଗାର୍ଡଙ୍କୁ ବନ୍ଧକ ରଖି ୫୦ ଲକ୍ଷ ଟଙ୍କାର ଟିଭି ଲୁଟି ନେଇଛନ୍ତି। ଏଭଳି ଘଟଣା ପାଟନା ସହରର ରାଣୀପୁର ଅଂଚଳରେ ଘଟିଛି। ସୂଚନା ମୁତାବକ ରାଣୀପୁରରେ ଥିବା ସାମସଙ୍ଗ ଗୋଦାମକୁ ଆସନ୍ତା ଦୀପାବଳିରେ ବିକ୍ରି ପାଇଁ ଆସିଥିଲା ପ୍ରାୟ ୫୦୦ଟି ନୂଆ ଏଲଇଡ଼ି ଟିଭି।

wp:core-embed/twitter {"url":"https://twitter.com/ANI/status/1186485660816957440","type":"rich","providerNameSlug":"twitter","className":""}
https://twitter.com/ANI/status/1186485660816957440
/wp:core-embed/twitter

ଏହା ଉପରେ କିଛି ଦୃବୁର୍ତ୍ତ ନଜର ରଖିଥିଲେ। ଚୋରି କରିବାର ଉଚିତ ସମୟ ପାଇବା ପରେ ଦୃବୁର୍ତ୍ତମାନେ ଏଠାରେ ନିୟୋଜିତ ସିକ୍ୟୁରିଟି ଗାର୍ଡକୁ ବନ୍ଧକ ରଖି ୨୫୦ଟି ଏଲଇଡ଼ି ଚୋରି କରି ନେଇଥିଲ। କୌଣସି ପ୍ରକାର ବନ୍ଧକ ଥିବା ଡ୍ରାଇଭର ଓ ଗାର୍ଡ ମୁକ୍ତ ହୋଇ ଦୋକାନର ମାଲିକଙ୍କୁ ଖବର କରିଥିଲେ। ଦୃବୁର୍ତ୍ତଙ୍କ ସମସ୍ତ କାର୍ଯ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଥିଲା। ଏବେ ସିସିଟିଭି ଆଧାରରେ ଚୋରଙ୍କୁ ଧରିବା ପାଇଁ ଜୋରରେ ଯାଞ୍ଚ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.