ଓଟିଭି ଏମଡିଙ୍କୁ ରାଜ୍ୟ ମହିଳା କମିଶନଙ୍କ ନୋଟିସ୍, ୨୧ରେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | September 14, 2020 IST

ଭୁବନେଶ୍ୱର,୧୪|୦୯: ରାଜଧାନୀରେ ନାବାଳିକା ଗଣଗଦୁଷ୍କର୍ମ ମାମଲାରେ ଓଟିଭିର କିଛି କର୍ମଚାରୀଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି । ତେବେ ଏହି ଟିଭି ଚ୍ୟାନେଲର ଏମଡି ତଥା ପରିଚାଳିକା ନିର୍ଦ୍ଦେଶିକାଙ୍କୁ ହାଜର ହେବା ପାଇଁ ନୋଟିସ୍ ଜାରି ହୋଇଛି । ରାଜ୍ୟ ମହିଳା କମିଶନ ୨୧ ତାରିଖରେ ହାଜର ହେବା ପାଇଁ ଏହି ନୋଟିସ୍ ଜାରି କରିଛନ୍ତି ।

ଲକଡାଉନ୍‌ ବେଳେ ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଅଭିଯୋଗର ୧୪ଦିନ ପରେ ବି ଅଭିଯୁକ୍ତଙ୍କୁ ଗିରଫ କରିବାରେ ନାକାମ୍‌ କମିଶନରେଟ୍‌ ପୋଲିସ୍‌। ୪୮ଘଣ୍ଟାର ମହଲତ ସରିବା ପରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଆହୁରି ୭ଦିନ ସମୟ ମାଗିଛି ପୋଲିସ । ସେପଟେ ଭୁବନେଶ୍ବର ମହିଳା ଥାନାର ନୋଟିସ୍‌ ଆଧାରରେ ଅଭିଯୋଗ ଆସିଥିବା ଟିଭି ଚାନେଲର ଇନ୍‌ପୁଟ ଏଡିଟରଙ୍କୁ ଥାନାକୁ ଡକାଇ ପଚରାଉଚରା କରିଛି ପୋଲିସ ।

ଅଭିଯୋଗକୁ ୧୪ଦିନ ବିତିଲା । ତଥାପି ପୋଲିସ ହାତ ଖାଲି । ଅଣ୍ଟିଲାନି ୪୮ଘଣ୍ଟାର ମହଲତ । ଆହୁରି ୭ଦିନ ସମୟ ମାଗିଲା କମିଶନରେଟ୍‌ ପୋଲିସ । ଲକଡାଉନ୍‌ ବେଳେ ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଅଭିଯୋଗର ୧୪ଦିନ ପରେ ବି ଅଭିଯୁକ୍ତଙ୍କୁ ଗିରଫ କରିବାରେ ନାକାମ୍‌ ପୋଲିସ୍‌ । ଏମିତିକି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ୪୮ଘଣ୍ଟାର ମହଲତ ସରିବା ପରେ ଆକ୍ସନ ଟେକେନ୍‌ ରିପୋର୍ଟ ଦେବାକୁ ପୁଣି ୭ଦିନ ସମୟ ମାଗିଛି କମିଶନରେଟ୍‌ ପୋଲିସ । ସେପଟେ ଘଟଣାରେ ଏକ ଘରୋଇ ଟିଭି ଚାନେଲ୍‌ର କର୍ମଚାରୀଙ୍କ ସଂପୃକ୍ତିକୁ ଅଭିଯୋଗ ଉଠିଥିଲା ।  ଭୁବନେଶ୍ବର ମହିଳା ଥାନା ପୋଲିସର ନୋଟିସ୍‌ ଆଧାରରେ ଆଜି ଥାନାରେ ହାଜର ହୋଇଥିବା ସଂପୃକ୍ତ ଟିଭି ଚାନେଲର ଇନ୍‌ପୁଟ୍‌ ଏଡିଟରଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.