ଏହି ବାଇକରେ ପକେଇବାକୁ ପଡ଼ିବନି ପଟ୍ରୋଲ , ମାଇଲେଜ ୧୬୦ କି.ମି.ରୁ ଅଧିକ

Published By : Prameya-News7 Bureau | March 23, 2019 IST

ବଜାରକୁ ଆସୁଛି ଏମିତି ଏକ ବାଇକ ଯାହା ପେଟ୍ରୋଲ କିମ୍ବା ପରିବେଶ ପ୍ରଦୂଷଣ ପାଇଁ କିଛି ବାଧକ ସାଜିବ ନାହିଁ । ଆଜିକାଲି ଯାନବାହାନ ସଂଖ୍ୟା ଏତେ ପରିମାଣରେ ବଢ଼ିଗଲାଣି ,ପେଟ୍ରୋଲ-ଡ଼ିଜେଲ ଦର ବଢ଼ିବା ସାଙ୍ଗକୁ ପରିବେଶ ପ୍ରଦୂଷଣ ପାଇଁ ମଧ୍ୟ ଚିନ୍ତା ବଢ଼େଇଦେଇଛି ।

ଏବେ ଜିଏମ ମୋଟର ଏକ ବାଇକ ଭାରତୀୟ ବଜାରକୁ ଛାଡ଼ିବାକୁ ଯାଉଛି ଯାହା ପେଟ୍ରୋଲର ଆବଶ୍ୟକତା ପଡ଼ିବ ନାହିଁ । ଏହା ପୂର୍ବରୁ ନେପାଳରେ ମଧ୍ୟ ପରୀକ୍ଷାମୂଳକଭାବେ ବଜାରକୁ ଛଡ଼ାଯାଇଥିଲା । ଏହା ଏବେ ଭାରତୀୟ ବଜାରକୁ ଖୁବ କମ୍ ଦିନ ଭିତରେ ଛାଡ଼ିବାକୁ କଂପାନୀ ତରଫରୁ ନିଆଯାଇଛି ନିଷ୍ପତ୍ତି ।

ଏହି ଇଲେକଟ୍ରୋନିକ ବାଇକ ୬୦ଭି ୨୬ଏଏଚ ଶକ୍ତିଶାଳୀ ବ୍ୟାଟେରୀ କ୍ଷମତାସଂପନ୍ନ । ପାଂଚ ଘଣ୍ଟା ଚାର୍ଜରେ ଏହା ୧୬୦ କି.ମି ପର୍ଯ୍ୟନ୍ତ ଯାଇପାରିବ ବୋଲି କଂପାନୀ ତରଫରୁ ଦିଆଯାଇଛି ସୂଚନା ।

ଏହା ବ୍ୟତୀତ ଚାରିଚକିଆ ଯାନ ପରି ଅଛି ସ୍ମାର୍ଟ କି । ଯାହା ସୁରକ୍ଷା ଦୃଷ୍ଟିରୁ ଅନେକ ଗୁରୁତ୍ବପୂର୍ଣ୍ଣ କାମରେ ଆସିବ ।

ଏହି ବାଇକରେ ଦୁଇଟି ରିମୋଟ ମଧ୍ୟ ଅଛି ଯାହା ବାଇକକୁ ବିଭିନ୍ନ ସମୟରେ ନିୟନ୍ତ୍ରଣ କରିବାକୁ ସାହାର୍ଯ୍ୟ କରିବ ।

ଏବେ ରୁହନ୍ତୁ ନିଶ୍ଚିନ୍ତ, ଆଉ ପେଟ୍ରୋଲ ପାଇଁ କରିବାକୁ ପଡ଼ିବନି ଚିନ୍ତା । ଖୁବ ଶୀଘ୍ର ସମାଧାନ ହେବାକୁ ଯାଉଛି ଏହି ସମାସ୍ୟା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.