ବିଦ୍ୟୁତ ତାର ଲାଗି ଜଣେ ମୃତ, ୨ ଗୁରୁତର

Published By : Prameya-News7 Bureau | June 25, 2021 IST

ପାପଡାହାଣ୍ଡି,୨୫/୦୬ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକଟୋ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପ୍ରଧାନୀଗୁଡାରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି ।

ସୁଚନା ଅନୁଯାୟୀ, ଗୁରୁବାର ଦିନ ଦ୍ୱିପହର ୨ଟା ସମୟରେ ଜାଲ ଧରି ମାଛ ଧରିବାକୁ ଯିବା ସମୟରେ ଜାଲର ବାଉଁଶ ବିଦ୍ୟୁତ ତାରକୁ ଲାଗିଯାଇଥିଲା । ଫଳରେ ବିଦ୍ୟୁତ ତାର ଛିଣ୍ଡିବା ସହ ଶରୀରରେ ଲାଗିଯାଇଥିଲା । ଘଟଣାସ୍ଥଳରେ ହିଁ ଜଣକଙ୍କ ମୃତ୍ୟୁ ଘଟିଥିଲା ।

ମୃତ ବ୍ୟକ୍ତି ହେଲେ ପ୍ରଧାନୀଗୁଡା ଗ୍ରାମର ଲାଇବନ ଗୌଡ଼ (୫୦) ।ତାଙ୍କୁ ବଞ୍ଚାଇବାକୁ ଯାଇ ଲଛମା ଗୌଡ଼ (୧୫) ଓ ଲାଲୁ ଗୌଡ଼ (୧୦) ଆହତ ହୋଇ ପାପଡାହାଣ୍ଡି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଏନେଇ ବିଦ୍ୟୁତ କନିଷ୍ଠ ଅଧିକାରୀ ସନ୍ତୋଷ ପଣ୍ଡା ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.