Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ନୀଳଗିରିରେ ବିଦ୍ୟୁତ କର୍ମଚାରୀ ହଟହଟା : କ୍ଷତିପୂରଣ ଦାବିରେ ଅଟକ ରଖିଥିଲେ ଗ୍ରାମବାସୀ

27/04/2021 at 10:53 AM

ନୀଳଗିରି ୨୭/୪: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ପୂଅଗଡ଼ିଆରେ ହଟହଟା ହେଲେ ବିଦ୍ୟୁତ କର୍ମଚାରୀ । ବିଧାୟକ ସୁକାନ୍ତ ନାୟକ ଓ ନୀଳଗିରି ପୋଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ଅଟକ ବିଦ୍ୟୁତ କର୍ମଚାରୀ ମୁକୁଳି ଥିଲେ । ଗାଁଲୋକେ ଓ ବିଦ୍ୟୁତ ବିଭାଗର ଏସଡିଓ ଥାନାକୁ ଆସି ଆଲୋଚନା ପରେ ସ୍ଥିତିରେ ସୁଧାର ଆସିଥିଲା ।

ସୂଚନା ଥାଉକି, ଦୀପକ ଦାସ ନିଜ ବାଡି ଗଡ଼ିଆକୁ ସକାଳେ ଯାଇଥିବା ସମୟରେ ଛିଡି ପଡିଥିବା ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲା । ପରେ ଏକଥା ଜାଣିବା ପରେ ଭୟରେ ଗାଁକୁ ବିଦ୍ୟୁତ୍ ବିଭାଗ କର୍ମଚାରୀ ଆସୁନଥୁଲେ । ଗ୍ରାମବାସୀ ବାହାନଗା ନେସ୍କୋ ଏସ୍ ଡିଓ ଙ୍କୁ ଅବଗତ କରାଇଥିଲେ ସୁଦ୍ଧା କର୍ମଚାରୀ ପଠାଉଛି ବୋଲି କହିଥିଲେ ।

ଦୀର୍ଘ ସମୟ ପରେ ଦୁଇଜଣ ଅସ୍ଥାୟୀ କର୍ମଚାରୀ ଆସିଥିଲେ । ହେଲେ ପୂର୍ବରୁ କ୍ରୋଧିତ ହୋଇ ଥିବା ଗ୍ରାମବାସୀ ଦୁଇ ଅସ୍ଥାୟୀ ବିଦ୍ୟୁତ କର୍ମଚାରୀଙ୍କୁ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ଅଟକ ରଖିଥିଲେ । ତେବେ ଜଣେ ଖସିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ ।

   Related Posts