ଅକ୍ଟୋବର ପହିଲାରୁ ବଢ଼ିବ ବିଜୁଳି ଦର: ୟୁନିଟ ପିଛା କେତେ ଜାଣନ୍ତୁ

Published By : Prameya-News7 Bureau | September 23, 2020 IST

ଭୁବନେଶ୍ୱର୨୩/୯: ଅକ୍ଟୋବର ପହିଲାରୁ ରାଜ୍ୟରେ ବିଜୁଳି ଦର ବଢ଼ିବ। ୟୁନିଟ ପିଛା ବିଜୁଳି ଦର ୨୦ ପଇସା ବୃଦ୍ଧି କରିବାକୁ ଓଇଆରସି ପକ୍ଷରୁ ନିଷ୍ପତ୍ତି ନେଇଛି। କୃଷକ ଓ ବିପିଏଲ ଶ୍ରେଣୀର କୁଟୀର ଜ୍ୟୋତି ଗ୍ରାହକଙ୍କ ପାଇଁ ଏହା ଲାଗୁ ହେବ ନାହିଁ। କୃଷିକ୍ଷେତ୍ରରେ ମଧ୍ୟ ଦର ବୃଦ୍ଧି ହେବ ନାହିଁ। ବିଦ୍ୟୁତ ଦର ଧାର୍ଯ୍ୟ ଶୁଣାଣି ବେଳେ ଗ୍ରୀଡ଼କୋ ନିଅଣ୍ଟ ଭରଣା ଦାବି କରିଥିଲା। ୬୬୦ କୋଟିର ନିଅଣ୍ଟ ଭିତ୍ତିରେ ୩୪୧ କୋଟିର ଭରଣା ପାଇଁ ମଞ୍ଜୁରି ମିଳିଛି । ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ମାସରେ ହେବାକୁ ଥିବା ଦର ନିର୍ଦ୍ଧାରଣ କୋଭିଡ଼ ପାଇଁ ସ୍ଥଗିତ ଥିଲା । ଏହି ବିଦ୍ୟୁତ ଦର ବୃଦ୍ଧି ପାଇଁ ପୂର୍ବରୁ ଯୋଜନା ଥିଲା। ଅକ୍ଟୋବର ପହିଲାରୁ ଏହି ନୂଆ ଦର ଲାଗୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.