ବଢିବ ବିଦ୍ୟୁତ ଦର! ଏ ନେଇ ସୋମବାରରୁ ଓଇଆରସିରେ ଶୁଣାଣି

Published By : Prameya-News7 Bureau | February 02, 2020 IST

ଭୁବନେଶ୍ବର ୦୨।୦୨:  ବିଦ୍ୟୁତ ଦର ବଢ଼ିବା ନେଇ ସୋମବାର ଠାରୁ ହେବ ଓଇଆରସିରେ ଶୁଣାଣି। ଗ୍ରୀଡକୋ, ଓପିଜିସି ବିଦ୍ୟୁତ ଦର ୟୁନିଟ ପିଛା ୧ ଟଙ୍କା ବଢ଼ାଇବା ପାଇଁ ଦାବି କରିଥିବା ବେଳେ ଓଏଚ୍‌ପିସି ୫୫ ପଇସା ବଢ଼ାଇବାକୁ ଦାବି କରିଛି। ଶୁଣାଣି​‌ରେ କେମିତି ସାଧାରଣ ଲୋକେ ଭାଗ ନେଇପାରିବେ ସେଥିପାଇଁ ଶୁଣାଣି ସ୍ଥାନକୁ ପରିବର୍ତ୍ତନ କରାଯାଇଛି।  ଏପଟେ ଦିଲ୍ଲୀ ପରି ବିଦ୍ୟୁତ ଶୁଳ୍କ ନେଉଥିବାରୁ ୨ ଶହ ୟୁନିଟ ବିଜୁଳି ଛାଡ କରିବାକୁ ଦାବି କରିଛି ବିଦ୍ୟୁତ ଉପଭୋକ୍ତା ସଂଘ ।  

{"id":219262,"sizeSlug":"large"}

ବଢ଼ିବ ବିଦ୍ୟୁତ ଦର। ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ସୋମବାର ଠାରୁ ଓଇଆରସି ବିଦ୍ୟୁତ ଦର ବଢ଼ିବା ନେଇ ଶୁଣାଣି ଆରମ୍ଭ କରିବ। ଏଥର ଗ୍ରୀଡ୍‌କୋ ବିଦ୍ୟୁତ ଦର ୟୁନିଟ ପିଛା ଏକ ଟଙ୍କା ବଢ଼ାଇବା ପାଇଁ ଦାବି କରୁଛି। ଓଏଚ୍‌ପିସି ୟୁନିଟ ପିଛା ୫୫ ପଇସା, ଓପିଜିପି ୟୁନିଟ ପିଛା ୧ ଟଙ୍କା ବଢ଼ାଇବାକୁ ଓଇଆରସିକୁ ପ୍ରସ୍ତାବ ଦେଇଛନ୍ତି।

{"id":219265,"sizeSlug":"large"}

 ଶକ୍ତି ବିଭାଗ ପାଓ୍ବାର କଟ୍‌ରୁ ନିସ୍ତାର ପାଇଁ ବାହାରୁ ମଧ୍ୟ ବିଦ୍ୟୁତ କିଣିଛି।  କିନ୍ତୁ  ଗ୍ରୀଡ୍‌କୋ ଶସ୍ତାରେ ମିଳୁଥିବା କମ୍ପାନୀଠାରୁ ନ କିଣି ୟୁନିଟ ପିଛା ଅଧିକ ଟଙ୍କା ପଡୁଥିବା କମ୍ପାନୀ ଠାରୁ ବିଜୁଳି କିଣୁଥିବା ଅଭିଯୋଗ ହୋଇଛି । ତେଣୁ ଏବାବଦରେ ଯେଉଁ ଅର୍ଥ ଗ୍ରୀଡକୋ ବ୍ୟୟ କରିଛି ସେ ଅର୍ଥ ଏବେ ବିଦ୍ୟୁତ ଗ୍ରାହକଙ୍କ ମୁଣ୍ଡରେ ଥୋପିବାକୁ ଯୋଜନା କରିଛି।

{"id":219266,"sizeSlug":"large"}

ରାଜ୍ୟରେ ୨ ବର୍ଷ ହେଲା ବିଦ୍ୟୁତ୍‌ ଦର ବଢ଼ିନି। ପୂର୍ବରୁ ଓଇଆରସିର ଶୁଣାଣି ବେଳେ ବିଭିନ୍ନ ସଂଗଠନର ବିରୋଧ ଏବଂ ପୂର୍ବତନ ଇଞ୍ଜିନିୟର ମାନଙ୍କ ବଳିଷ୍ଠ ଯୁକ୍ତି ଯୋଗୁଁ ବିଦ୍ୟୁତ ଦର ବଢ଼ିପାରିନାହିଁ। ସେଥିପାଇଁ ଏଥର ବିନା ନୋଟିସ୍‌ରେ ସାଉଥକୋ, ଓ୍ବେସ୍କୋ, ନେସ୍କୋ  ଶୁଣାଣି କରିବେ ।

{"id":219268,"sizeSlug":"large"}

ସାଉଥ୍‌କୋର ଶୁଣାଣି ଜୟପୁରରେ, ଓ୍ବେସ୍କୋର ଶୁଣାଣି ବୁର୍ଲା ଏବଂ ନେସ୍କୋର ଶୁଣାଣି ବୁର୍ଲାରେ କରାଯିବ। ତେବେ ସେହି ଅଞ୍ଚଳରେ ପୂର୍ବରୁ ଶୁଣାଣି ହୋଇନଥିବାରୁ ସେଠାକାର ଲୋକେ ଏଥିରେ ଭାଗ ନେବା ପାଇଁ ଆବେଦନ କରିନାହାନ୍ତି। ଏପଟେ ରାଜ୍ୟ ସରକାର ବିଦ୍ୟୁତ ଶୁଳ୍କ ବାବଦରେ ୧୩ ଶହ କୋଟି ଟଙ୍କା ଗ୍ରାହକଙ୍କ ଠାରୁ ଆଦାୟ କରୁଛନ୍ତି। ଏହା ବଦଳରେ ଗ୍ରାହକଙ୍କୁ କିଛି ୟୁନିଟ ଛାଡ କରୁନାହାନ୍ତି। ଏବେ ପ୍ରତି ଗ୍ରାହକଙ୍କୁ ୨ଶହ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍‌ ବିଲ୍‌ ଛାଡ଼ କରିବାକୁ ଦାବି କରିଛି ବିଦ୍ୟୁତ ଉପଭୋକ୍ତ ସଂଘ।

{"id":219269,"sizeSlug":"large"}

ବିଦ୍ୟୁତ ଦର ବଢ଼ାଇବା ପାଇଁ ସରକାର ଚିନ୍ତା କରୁଛନ୍ତି । କିନ୍ତୁ ଦିଲ୍ଲୀ ସରକାର ବାହାରୁ ବିଜୁଳି କଣି ଗ୍ରାହକଙ୍କୁ ୨ଶହ ୟୁନିଟ ପର୍ଯ୍ୟନ୍ତ କୌଣସି ଅର୍ଥ ଆଦାୟ କରୁନାହାନ୍ତି। ଓଡ଼ିଶାରେ ବିଦ୍ୟୁତ ଉତ୍ପାଦନ ହେଉଥିଲେ ବି ଗ୍ରାହକଙ୍କୁ ୟୁନିଟ ପିଛା ମୋଟା ଅଙ୍କର ଅର୍ଥ ଗଣିବାକୁ ପଡୁଛି ।

{"id":219270,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.