Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବିଧାନସଭାରେ ବିଜୁଳି ତାତି : ବିରୋଧି କହିଲେ ବଡ ମାଛ ପାଇଁ ଛୋଟକୁ ବଳି ଦେଉଛନ୍ତି ସରକାର, ୪ ବିଦ୍ୟୁତ କମ୍ପାନୀ ଓ ୨୬ ଶିଳ୍ପ ସଂସ୍ଥାକୁ କାହିଁକି ଅନୁକମ୍ପା ?

1/10/2020 at 7:32 PM

ଭୁବନେଶ୍ୱର, ୦୧ ।୧୦:   ଆଜି ବିଧାନସଭାରେ ବିଜୁଳି ତାତି ପାଇଁ ବହିଥିଲା ଝାଞ୍ଜି। ବିଜୁଳି ଦର ବୃଦ୍ଧିଙ୍କୁ ନେଇ ସରକାରଙ୍କୁ ବିରୋଧୀ ଘେରିଛନ୍ତି। । ଏପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣି ବିରୋଧୀ   ପ୍ରଶ୍ନ ପରେ ପ୍ରଶ୍ନ ପଚାରିଛନ୍ତି। ସେପଟେ ଏହା ଉପରେ ଉତ୍ତର ରଖିଥିଲେ ମନ୍ତ୍ରୀ  ଦିବ୍ୟଶଙ୍କର ମିଶ୍ର।

ବିଧାନସଭାରେ ବିଜୁଳି ତାତି । ୟୁନିଟ ପିଛା ୨୦ ପଇସା ବିଦ୍ୟୁତ ଦର ବଢିଥିବାରୁ ଏନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣି ବିରୋଧୀ  ସରକାରଙ୍କୁ  ପ୍ରଶ୍ନ କରିଛନ୍ତି,  କରୋନା ମହାମାରି ସମୟରେ ଲୋକେ ଜୀବନ ଜୀବିକା ହରାଉଥିବା ବେଳେ କାହା ସ୍ବାର୍ଥରେ ସରକାର ନେଇଛନ୍ତି ଏହି ନିଷ୍ପତ୍ତି । ବିଜେପି ଅଭିଯୋଗ କରିଛି, ଚାରୋଟି ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ଉପରେ ଏବେ ୫ହଜାର ୯୬୩ କୋଟି ବାକି ପଡିଛି । ୨୬ ଟି ଶିଳ୍ପସଂସ୍ଥାରେ ପ୍ରାୟ ୩ ହଜାର କୋଟିର ବିଦ୍ୟୁତ ବିଲ୍ ବକେୟା ଗଡୁଛି।ଏସବୁ କିଭଳି ଆଦାୟ ହେବ ତାହା ନଦେଖି ସାଧାରଣ ଲୋକଙ୍କ ଉପରେ ବିଜୁଳି ବୋଝ ଲଦିବା କାହା ସ୍ବାର୍ଥରେ ବୋଲି ବିଜେପି ପ୍ରଶ୍ନ କରିଛି । କଂଗ୍ରେସର ଯୁକ୍ତି, ପଡୋଶୀ ରାଜ୍ୟ ଛତିଶଗଡରେ ଓଡିଶାଠାରୁ ବିଜୁଳି ବିଲ୍ କମ୍ । ତାହାଲେ କେଉଁ ଆଧାରରେ ବିଜୁଳି ବଳକା ରାଜ୍ୟ ଓଡିଶାରେ ଅଧିକ ରେଟ୍ ରେ ଖାଉଟି ଭରିବେ ବିଲ୍ । ରିଲାଏନ୍ସ ଓ ଇମ୍ଫା ଭଳି ବଡ ବଡ କମ୍ପାନୀ ମାନଙ୍କୁ ବିଦ୍ୟୁତ ବକେୟା ଛାଡ଼ କରିବାରେ କି ରହସ୍ୟ ଅଛି କଂଗ୍ରେସ ପ୍ରଶ୍ନ କରିଛି ।

ବିଦ୍ୟୁତ ବଳକା ଥିବା ବେଳେ ବାହାର ରାଜ୍ୟକୁ ୟୁନିଟ ପିଛା ୩ ଟଙ୍କା ୨୧ ପଇସାରେ ବିକୁଛନ୍ତି ରାଜ୍ୟ ସରକାର । ଦରକାର ବେଳେ ବାହାର ରାଜ୍ୟରୁ ୟୁନିଟ ପିଛା ୩ ଟଙ୍କା ୮୧ ପଇସାରେ କିଣୁଛନ୍ତି। କମ ପଇସାରେ ବିକି ଅଧିକ ପଇସାରେ କିଣିବା କାହା ସ୍ୱାର୍ଥରେ ବୋଲି ବିରୋଧୀ ଗର୍ଜିଛନ୍ତି ।ତେବେ ବିରୋଧୀଙ୍କ ପ୍ରଶ୍ନର ଜବାବରେ ଶକ୍ତି ମନ୍ତ୍ରୀ କହିଛନ୍ତି ୭ ବର୍ଷ ପରେ ବିଜୁଳି ଦର ବଢାଯାଇଛି । ତାହା ପୁଣି ୟୁନିଟ୍ ପିଛା ୨୦ ପଇସା । କୃଷକ, ବିପିଏଲ ପରିବାରଙ୍କ ପାଇଁ ଦର ବୃଦ୍ଧି ହୋଇନାହିଁ।। ଏନଟିପିସି, ଏନଏଚପିସି, ପିଜିସିଆଇଏଲ ଆଦି ସଂସ୍ଥା ୬୮  ପ୍ରତିଶତ ଦର ବୃଦ୍ଧି କରିଥିବାରୁ ଓଇଆରସି ଦର ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଥିବା ମନ୍ତ୍ରୀ ଯୁକ୍ତି ବାଢିଛନ୍ତି ।ଏହା ସହ ଗୋଟିଏ , ଦୁଇଟି ରାଜ୍ୟକୁ ଛାଡିଦେଲେ ବାକି ସବୁ ରାୟରେ ବିଜୁଳିଦର ଓଡିଶାଠାରୁ ଅଧିକ ବୋଲି ମନ୍ତ୍ରୀ ଦାବି କରିଛନ୍ତି ।

ବିଜୁଳି ଦର ବ଼ଦ୍ଧି ବିରୋଧରେ ବିଭିନ୍ନ ଆଡୁ ପ୍ରତିବାଦ ସ୍ବର ଉଠିଛି । କରୋନା ମହାମାରିବେଳେ ଗରିବଙ୍କୁ  ବିଜୁଳି ମାଡ ସରକାରଙ୍କ ଅମାନବୀୟ ନୀତିର ନମୂନା” ଏ ପ୍ରସଙ୍ଗରେ ମୁଲତବୀ  ପ୍ରସ୍ତାବ ଆଣି ଆଜି ବିଧାନଭାରେ  ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।

   Related Posts