ପୁରିଲା ସେସୁର କଣ୍ଟ, ପ୍ରଥମେ ଖୋର୍ଦ୍ଧା ଅଞ୍ଚଳରୁ କଟାଗଲା ବିଜୁଳି

Published By : Prameya-News7 Bureau | January 16, 2020 IST

ଖୋର୍ଦ୍ଧା ୧୬।୧: ଆରମ୍ଭ ହେଲା ବିଜୁଳି କାଟ୍ । ସେସୁ ଦେଇଥିବା କଣ୍ଟ ପୁରିବା ପରେ ଆଜି ବିଭିନ୍ନ ଅଞ୍ଚଳରେ ବୁଲୁଛି ସ୍କ୍ବାର୍ଡ । ଯେଉଁମାନେ ବକେୟା ବିଲ୍ ଦେଇନାହାନ୍ତି ସେମାନଙ୍କ ଲାଇନ୍ ତୁରନ୍ତ କାଟିଦିଆଯାଉଛି । ଯେଉଁମାନେ ଅନ୍ ସ୍ପଟ୍ ପେମେଣ୍ଟ କରୁଛନ୍ତି ସେମାନଙ୍କ ଲାଇନ୍ କଟାଯାଉନି ।

{"id":211993,"sizeSlug":"large"}

ତେବେ ପ୍ରଥମ ଦଫାରେ ବାଣିଜ୍ୟିକ ପ୍ରତିଷ୍ଠାନ ମାନଙ୍କର ବକେୟା ବିଲ୍ ଉପରେ ଆଜି ସେସୁ ପକ୍ଷରୁ ଧରପଗଡ ଜୋରଦାର ହୋଇଛି । ଖୋର୍ଦ୍ଧା ଅଞ୍ଚଳରୁ ବିଜୁଳି କାଟ୍ ଆରମ୍ଭ କରିଛି ସେସୁ । ବିଜୁଳି ବିତରଣ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସେକ୍ସନରେ ଗୋଟିଏ ଲେଖାଏଁ ସ୍କ୍ବାର୍ଡ ବୁଲୁଛି । ଯେଉଁଠି ଅଧିକ ସଂଖ୍ୟାରେ ବାଣିଜ୍ୟିକ ପ୍ରତିଷ୍ଠାନ ବିଦ୍ୟୁତ୍ ବିଲ୍ ବାକି ରଖିଛନ୍ତି ସେଠି ବୁଲୁଛି ଦୁଇଟି ଲେଖାଏଁ ସ୍କ୍ବାର୍ଡ ।

{"id":211994,"sizeSlug":"large"}

ବାଣିଜ୍ୟିକ ପ୍ରତିଷ୍ଠାନ ପରେ ଦ୍ବିତୀୟ ଦଫାରେ ଆର୍ଥିକ ସ୍ବଚ୍ଛଳ ଘରୋଇ ଉପଭୋକ୍ତାଙ୍କ ପାଳି ପଡିବ । ତୃତୀୟ ଦଫାରେ ବିଭିନ୍ନ ଗାଁରେ ବର୍ଷ ବର୍ଷ ଧରି ବିଜୁଳି ବିଲ୍ ବାକି ରଖିଥିବା ଲୋକଙ୍କୁ ଘରୁ କଟିବ ଲାଇନ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.