Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ପାକିସ୍ତାନରେ ବିଜୁଳି ସଙ୍କଟ ଗୁରୁତର, ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଛନ୍ତି ଲୋକେ

15/08/2019 at 6:27 PM

ଖୈବରପୁକ୍ତନଖ୍ୱା : ପାକିସ୍ତାନରେ ଏବ ବିଜୁଳି ସଙ୍କଟ ଗୁରୁତର ରୂପ ଧାରଣ କରିଛି। ଏପରିକି ଉତ୍ସବ ଦିନମାନଙ୍କରେ ବି ଘଣ୍ଟା ଘଣ୍ଚା ବିଦ୍ୟୁତକାଟ୍ ଜନ ଅସନ୍ତୋଷର କାରଣ ପାଲଟିଛି। ନିକଟରେ ବକରିଦ ବେଳେ ଖୈବରପୁକ୍ତନଖ୍ୱା ପ୍ରାନ୍ତରେ ଦିନ ତମାମ ବିଦ୍ୟୁତ ନଥିଲା। ଏହା ବିରୋଧରେ ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତାରେ ଟାୟାର ଜଳାଇ ଟ୍ରାଫିକ ଜାମ କରିବାକୁ ଉଦ୍ୟମ କରିଥିଲେ।

ଲୋକଙ୍କ ଏହି ଅସନ୍ତୋଷ କେବଳ ଗୋଟିଏ କି ଦୁଇଟି ସ୍ଥାନ ନୁହେଁ ସାରା ପ୍ରାନ୍ତକୁ ବ୍ୟାପୀଯାଇଥିଲା। ଲୋକେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଦ୍ୟୁତ କମ୍ପାନୀର କୁଶପୁତ୍ତଳିକା ଦାହ କରିଥିଲେ। ଗୋଟିଏ ପଟେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ ହେଉଥିବା ବେଳେ ଯେତିକି ସମୟ ବିଦ୍ୟୁତ ରହୁଛି ଭୋଲ୍ଟେଜ ରହୁନି। ଏଣୁ ଲୋକଙ୍କ ବୈଦୁତିକ ଉପକରଣ ନଷ୍ଟ ହେଉଥିବା ଅଭିଯୋଗ କରୁଛନ୍ତି। ସ୍ୱାବୀ ଜିଲ୍ଲାରେ ଲୋକଙ୍କ ବିଦ୍ୟୁତ ସଙ୍କଟକୁ ନେଇ ଉଗ୍ର ରୂପ ଧାରଣ କରିଥିବା ବେଳେ ପରିସ୍ଥିତିକୁ ଆୟତ କରିବା ଲାଗି ପୋଲିସ ନାକେଦମ ହୋଇଥିଲା।

କୁହାଯାଇଥିଲା ଉତ୍ସବ ଦିନରେ ବିଦ୍ୟୁତ ବିଲକୁଲ କଟାଯିବନି । ହେଲେ ଯେଉଁ କଥାକୁ ସେଇକଥା। ସବୁଦିନ ଭଳି ସକାଳୁ ଲାଇନ କଟିଯାଇଥିଲା। ଏଣୁ ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟକୁ ବ୍ୟବସାୟୀଙ୍କ ସମେତ ରାଜନେତା ଓ ସାଧାରଣ ଲୋକେ ମଧ୍ୟ ବିରୋଧ କରିଥିଲେ। ଏପିରିକି  ଆନ୍ଦୋଳନରେ ପ୍ରାନ୍ତରେ ଶାସକ ପିଟିଆଇର ସମର୍ଥକଙ୍କୁ ମଧ୍ୟ ବିକ୍ଷୋଭ କରୁଥିବାର ଦେଖାଯାଇଥିଲା। ଅଧିକରୁ ଅଧିକ ସଂଖ୍ୟକ ଲୋକଙ୍କୁ ବିକ୍ଷୋଭରେ  ସାମିଲ ହେବା ଲାଗି  ମସଜିଦମାନଙ୍କରେ ଲାଗିଥିବା ଲାଉଡ ସ୍ପିକର ଯୋଗେ ନିବେଦନ କରାଯାଉଥିବା ଶୁଣିବାକୁ ମିଳୁଥିଲା।  

   Related Posts