Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଟାଟାର ଶ୍ରମିକମାରଣ ନୀତି ବିରୋଧରେ ସଡକକୁ ଓହ୍ଲାଇଲେ ଇଲେକ୍ଟ୍ରିକ କଣ୍ଟ୍ରାକ୍ଟର ଆସୋସିଏସନ, ଦେଲେ ଅସହଯୋଗର ଚେତାବନୀ

22/05/2021 at 10:13 PM

ଭୁବନେଶ୍ଵର ୨୨।୦୫: ବିଦ୍ୟୁତ୍ ସଞ୍ଚାଳନ ପାଇଁ ଟାଟା କମ୍ପାନୀ ଓ ଓଡିଶା ସରକାରଙ୍କ ସହଭାଗିତାରେ ପରିଚାଳିତ ହେଉଛି ଟିପିସିଓଡିଏଲ। ହେଲେ ଟାଟାର ଶ୍ରମିକ ମାରଣନୀତି ଵିରୋଧରେ ସ୍ୱର ଉଠାଇଛନ୍ତି ରାଜ୍ୟ ଇଲେକ୍ଟ୍ରିକ କଣ୍ଟ୍ରାକ୍ଟର ଆସୋସିଏସନ। ବର୍ଦ୍ଧିତ ଟେଣ୍ଡର ମୂଲ୍ୟ , ଓଇଆରସିଙ୍କ ନିୟମ ଭାଙ୍ଗି ବେପୁରିଆ ନୀତି ଲାଗୁ  କରିବାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛି ମହାସଂଘ।

ଓଇଆରସିଙ୍କ ଦ୍ଵାରା ହୋଇଥିବା ନିୟମକୁ ଟାଟା କମ୍ପାନୀ ମନ ଇଚ୍ଛା  ବଦଳାଇ ନିଜସ୍ୱ ଲାଭବାନ ପାଇଁ ବାଟ କାଢୁଥିବା ନେଇ କର୍ମଚାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜ୍ୟ ବାହାରର କଣ୍ଟ୍ରାକ୍ଟର ମାନଙ୍କୁ ଲାଭବାନ କରାଇବା ଲକ୍ଷ୍ୟରେ ଜାଣିଶୁଣି ବାରମ୍ବାର ନିୟମ ପରିବର୍ତ୍ତନ କରୁଛନ୍ତି । ଟାଟା କମ୍ପାନୀ ଓଇଆରସି ଦ୍ଵାରା ୬ ପ୍ରତିଶତ ସୁପର ଭିଜନ ସ୍କିମକୁ ଉଚ୍ଛେଦ କରିବାକୁ ପ୍ରୟାସ ଚଳାଇଛି।

ଏହା ଉଚ୍ଛେଦ ହେଲେ ଆମର ୪ ହଜାର କଣ୍ଟ୍ରାକ୍ଟର, ସବ କଣ୍ଟ୍ରାକ୍ଟର, ଶ୍ରମିକ ସମସ୍ତଙ୍କୁ ମିଶାଇ ପାଖାପାଖି ୪୦ ରୁ ୫୦ ହଜାର ଲୋକ ବେରୋଜଗାର ହୋଇଯିବେ। ତେଣୁ ଆଗାମୀ ଦିନରେ ଯଦି ଟାଟା କମ୍ପାନୀ ନିୟମ  ନବଦଳାଏ ଏବଂ ଦାବି ପୂରଣ ନକରେ ତେବେ ଆଗକୁ କୌଣସି ଇଲେକ୍ଟ୍ରିକ କାମରେ ସହଯୋଗ କରିବ ନାହିଁ ବୋଲି ମହାସଂଘ ଚେତାବନୀ ଦେଇଛି।

   Related Posts