କରେଣ୍ଟ ନୁହେଁ ୮ କୋଟିର ବିଲ୍ ଦେଲା ଝଟକା! ହସ୍ପିଟାଲରେ ମିଲ ମାଲିକ

Published By : Prameya-News7 Bureau | February 25, 2021 IST

ମୁମ୍ବାଇ ୨୫।୨:  ମହାରାଷ୍ଟ୍ର ଷ୍ଟେଟ୍‌ ଇଲେକ୍ଟ୍ରିସିଟି ଡିଷ୍ଟ୍ରିବ୍ୟୁସନ କମ୍ପାନୀ ଲିମିଟେଡ (ଏମଏସଇଡିସିଏଲ)ଙ୍କ ବିଦ୍ୟୁତ ବିଲ ଜଣେ ମିଲ ମାଲିକଙ୍କୁ ଏମତି ସକ୍‌ ଦେଇଛି ଯେ  ସେ ହସ୍ପିଟାଲରେ ଆଡମିଟ୍ ହୋଇଛନ୍ତି।  ବିଲରେ ଉଠିଥିବା ଶୁଳ୍କ ଦେଖି କର୍ମଚାରୀଙ୍କୁ ଏହା ତାଙ୍କ ମିଲର ନା ପୁରା ଜିଲ୍ଲାର ବୋଲି ପଚାରୁ ପଚାରୁ ମାଲିକ ଚେତାହରାଇ ପଡିଲେ। ଏମଏସଇଡିସିଏଲ ତାଙ୍କୁ ୮ କୋଟି ଟଙ୍କାର ବିଦ୍ୟୁତ ବିଲ ଧରାଇଥିଲା। ତେବେ ତାଙ୍କ ବିଲରେ ଥିବା ତ୍ରୁଟି ସୁଧାର ହୋଇଯାଇଥିବା ବେଳେ ମିଲ ମାଲିକ ମଧ୍ୟ ସୁସ୍ଥ ଥିବା ଜଣାପଡିଛି।

ନାଲସୋପାରା ନିକଟସ୍ଥ ନିର୍ମଳ ଗାଁରେ ଥିବା ରାଇସ ମିଲକୁ ବିଦ୍ୟୁତ ବିଭାଗ କର୍ମଚାରୀ ସୋମବାର ବିଦ୍ୟୁତ ବିଲ ଦେବାକୁ ଯାଇଥିଲେ। ମାଲିକ ଗଣପତି ନାୟକ ସେତେବେଳେ ମିଲରେ ଥିବା ବେଳେ କର୍ମଚାରୀଙ୍କଠୁ ବିଲ ନେଇ ଦେୟ ଉପରେ ଆଖି ପକାଇଥିଲେ। ବିଲ୍‌ର ପରିମାଣ ଦେଖି ୮୦ ବର୍ଷ ବୟସ୍କ ଗଣପତ ତାଙ୍କ ଚୌକି ଉପରେ ଟଳିପଡିଥିଲେ।

{"id":414736,"width":580,"height":656,"sizeSlug":"large","linkDestination":"none"}

କର୍ମଚାରୀମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କର ଯାଞ୍ଚ କରି ରକ୍ତଚାପ ବଢିଥିବା କହିଥିଲେ। ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ବିଦ୍ୟୁତ ବିଭାଗ କର୍ମଚାରୀ ବିଲନେଇ କାର୍ଯ୍ୟାଳୟରେ ଦେଖାଇବା ବେଳେ ବିଭାଗରେ ହଇଚଇ ସୃଷ୍ଟି ହୋଇଥିଲା। ୮କୋଟି ଟଙ୍କାର ବିଦ୍ୟୁତ ବିଲ ଦେଖି ନିଜେ ଅଧିକାରୀ ମଧ୍ୟ ଘବରେଇ ଯାଇଥିଲେ ଓ ତୁରନ୍ତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଯାଞ୍ଚ ବେଳେ ମିଟର ରେଡିଂ ଏଜେନ୍ସିର ତ୍ରୁଟି ଯୋଗୁ ବିଲରେ ୬ ଅଙ୍କ ସ୍ଥାନରେ ୯ ଅଙ୍କର ବିଲ ହୋଇଯାଇଥିବା ଜଣାପଡିଥିଲା। ତୁରନ୍ତ ବ୍ୟବସାୟୀଙ୍କ ବିଲ ସୁଧାର କରି ତାଙ୍କୁ ଦିଆଯାଇଥିବା ବେଳେ ବିଲ୍‌ ଦେଖି ଗଣପତ ମଧ୍ୟ ଆଶ୍ୱସ୍ତ ହୋଇଛନ୍ତି। ସେ ଏବେ ସୁସ୍ଥ ହେଉଥିବା ବେଳେ ଖୁବ୍ ଶୀଘ୍ର ଘରକୁ ଫେରିଯିବେ ବୋଲି କହିଛନ୍ତି ଡାକ୍ତର।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.