ଦିନ ମଜୁରିଆଙ୍କ ଘରର ୪ମାସର ଇଲେକ୍ଟ୍ରିକ ବିଲ୍ ୪୬ ଲକ୍ଷ ଟଙ୍କା!

Published By : Prameya-News7 Bureau | November 10, 2019 IST

ମୀରଟ୧୦/୧୧: ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିଦ୍ୟୁତ ବିଭାଗର ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଗାଁରେ ଝୁମ୍ପୁଡ଼ି ଘରେ ରହୁଥିବା ଜଣେ ଦିନ ମଜୁରିଆ ଲୋକଙ୍କ ପାଖକୁ ୪୬ ଲକ୍ଷ ଟଙ୍କାର ବିଦ୍ୟୁତ ବିଲ ପଠାଯାଇଛି। ଏତେ ଟଙ୍କାର ବିଦ୍ୟୁତ ବିଲ ଦେଖି ଉପଭୋକ୍ତା ହରିୟା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ମୀରଟ ମାର୍ଗର ବରନଓ୍ବାରେ ଝୁମ୍ପୁଡ଼ି ଘରେ ରହୁଥିବା ୟଶପାଲଙ୍କ ପୁଅ ହରିୟା  ବରୋତଙ୍କ ପାଖକୁ ୪୬ ଲକ୍ଷ ଟଙ୍କାର ବିଦ୍ୟୁତ ବିଲ ପଠାଯାଇଛି। ହରିୟାଙ୍କ କହିବା ଅନୁସାରେ ଦୁଇ ବର୍ଷ ତଳେ ତାଙ୍କ ସ୍ତ୍ରୀ ବିମଳେଶଙ୍କ ନାଁରେ  ଘରକୁ ଏକ କିଲୋଓ୍ବାଟ୍‌ ଘରୋଇ କନେକ୍ସନ ନେଇଥିଲେ। ପ୍ରତିମାସ ସେ ବିଲ ପୈଠ କରି ଦିଅନ୍ତି। ହେଲେ ଆର୍ଥିକ ପରିସ୍ଥିତି ଭଳ ନଥିବାରୁ ସେ ୪ ମାସ ବିଦ୍ୟୁତ ବିଲ ପୈଠ କରି ପାରି ନଥିଲେ।

ଗତ ଜୁନ ୨୦ ତାରିଖରେ ହରିୟା ବାରୋତଙ୍କ ପାଖକୁ ୩ ଲକ୍ଷ ୭୫ ହଜାର ୭ ଶହ ୨୮ ଟଙ୍କାର  ଗୋଟିଏ ବିଦ୍ୟୁତ ବିଲ ତାଙ୍କ ପାଖକୁ ପଠାଯାଇଥିଲା। ୪ ମାସ ମାସରେ ଏତେ ବିଲ କେମିତି ହେଲା ଏନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏ ନେଇ ହରିୟା ବିଦ୍ୟୁତ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନ କରିଥିଲେ। ଏହି ବିଲ ଠିକ୍ କରି ଦେବା ପାଇଁ ହରିୟା ତାଙ୍କୁ ଅନୁରୋଧ କରିଥିଲେ।

 କିଛି ମାସ ପରେ ଅର୍ଥାତ ନଭେମ୍ବର ୨ ତାରିଖରେ ହରିୟାଙ୍କ ପାଖକୁ  ୪୬ ଲକ୍ଷ ଟଙ୍କାର ଆଉ ଏକ ବିଦ୍ୟୁତ ବିଲ ଆସିଥିଲା। ଏହି ବିଲ ଦେଖି ହରିୟା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହା ପରେ ବିଦ୍ୟୁତ ବିଭାଗର ବରିଷ୍ଠ ଅଧିକାରୀଙ୍କ ନିକଟରେ ସେ ଫେରାଦ ହୋଇଥିଲେ। ଏହି ବିଲରେ ଥିବା ତୃଟି ସୁଧାର ହେବ ବୋଲି ଜେଇ ସୁନୀଲ କୁମାର କହିଛନ୍ତି।

ହେଲେ ବିଦ୍ୟୁତ୍‌ ବିଭାଗର ବାରମ୍ବାର ଏପରି ଭୁଲ୍‌ ଯୋଗୁଁ ଭୟ ଓ ମାନସିର ଅଶାନ୍ତିରେ ହରିୟା ରହୁଛନ୍ତି। ଏପରି ଭୁଲ୍‌ ହେବା ନାହିଁ ବୋଲି ବିଦ୍ୟୁତ୍‌ ବିଭାଗ କହୁଥିବା ବେଳେ ହରିୟାଙ୍କ ପାଖକୁ  ବାରମ୍ବାର ଭୁଲ୍ ବିଲ୍‌ ଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.