Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

୧୨ ବର୍ଷ ଯାଏଁ ଶବଗୃହରେ ମହିଳାଙ୍କ ମୃତଦେହ ସହ କରୁଥିଲା ଦୁଷ୍କର୍ମ, ରେକର୍ଡ କରୁଥିଲା ଭିଡିଓ

7/11/2021 at 6:09 PM

ନୂଆଦିଲ୍ଲୀ ୦୭/୧୧ : ଇଂଲଣ୍ଡରୁ ଏକ ଲୋମଟାଙ୍କୁରା ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଲଗାତାର ୧୨ ବର୍ଷ ଧରି ଶବଗୃହରେ ମହିଳାଙ୍କ ଶବ ସହ ଦୁଷ୍କର୍ମ କରୁଥିଲା। ସେ ପ୍ରାୟ ଶହେ ମହିଳାଙ୍କ ଶବ ସହ ଦୁଷ୍କର୍ମ କରିଛି। କିନ୍ତୁ କେହି କେବେ ଟେର ପାଇନଥିଲେ। ସେତେବେଳେ ଉକ୍ତ ବ୍ୟକ୍ତି ଜଣକ ଶବଗୃହରେ ଇଲେକ୍ଟ୍ରିସିଆନ କାମ କରୁଥିଲା। ବର୍ତ୍ତମାନ ପ୍ରାୟ ୩୪ ବର୍ଷ ପରେ ସେହି ବ୍ୟକ୍ତିକୁ ଦଣ୍ଡ ଶୁଣାଯାଇଛି।

ମାମଲା ଇଂଲଣ୍ଡର ଇଷ୍ଟ ସସେକ୍ସର। ବିପେଣ୍ଡେଣ୍ଟର ଏକ ରିପୋର୍ଟ ଅନୁଯାୟୀ, ମାମଲା ସସେକ୍ସ ସ୍ଥିତ ଟାଉନ ହିଥଫିଲ୍ଡର ଏକ ଶବଗୃହର। ଅପରାଧୀର ନାଁ ଡେଭିଡ ଫୁଲର। ପ୍ରାୟ ୩୪ ବର୍ଷ ପରେ କୋର୍ଟ ଡେଭିଡକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଶୁଣାଇଛନ୍ତି। ମାମଲାର ଖୁଲାସା ମଧ୍ୟ ଆଶ୍ଚର୍ଯ୍ୟଜନକ ତରିକାରେ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଡେଭିଡ ୧୯୮୭ ମସିହାରୁ ୧୨ ବର୍ଷ ଯାଏଁ ହିଥଫିଲ୍ଡ ହସ୍ପିଟାଲର ଶବଗୃହରେ ମହିଳାଙ୍କ ଶବ ସହ ଦୁଷ୍କର୍ମ କରୁଥିଲା ଓ ତାର ଭିଡିଓ ରେକର୍ଡିଙ୍ଗ କରୁଥିଲା। କିନ୍ତୁ କେହି ଏ ସମ୍ପର୍କରେ ଜାଣିନଥିଲେ। ଯାଞ୍ଚରୁ ଜଣାପଡିଥିଲା ଯେ ଡେଭିଡ ବିଳମ୍ବିତ ରାତି ଯାଏଁ ଶବଗୃହରେ କାମ କରୁଥିଲା। ସେତେବେଳେ ଅନ୍ୟ କର୍ମଚାରୀ ଚାଲି ଯାଉଥିଲେ। ସେ ସେଠାରେ ଇଲେକ୍ଟ୍ରିସିଆନ କାମ କରୁଥିଲା।

୧୯୮୭ ରେ ସେ ଦୁଇ ମହିଳାଙ୍କୁ ହତ୍ୟା କରିଥିଲା। ଯାଞ୍ଚ ବେଳେ ସେଠାରେ ଡେଭିଡର ଡିଏନଏ ମିଳିଥିଲା। ଏହାପରେ ସନ୍ଦେହ ଘେରରେ ତାକୁ ଗିରଫ କରାଯାଇଥିଲା ଓ ଧୀରେ ଧୀରେ ମାମଲାର ଖୁଲାସା ହୋଇଥିଲା। ଶେଷରେ ଡେଭିଡ ନିଜେ ସ୍ୱୀକାର କରିଥିଲା ଯେ ସେ ପ୍ରାୟ ୧୦୦ ମହିଳାଙ୍କ ଶବ ସହ ଏହିଭଳି ଘୃଣ୍ୟ କାମ କରିଛି। ୨୦୧୧ ରେ ଡେଭିଡକୁ ପୁଣିଥରେ ଗିରଫ କରାଯାଇଥିଲା। ସେ ୫୧ଟି ଭିନ୍ନ ଭିନ୍ନ ମାମଲାରେ ଦୋଷୀ ପ୍ରମାଣିତ ହୋଇଥିଲା। ଯାଞ୍ଚ ବେଳେ ଡେଭିଡ ଘରୁ ଅଶ୍ଳୀଳ ଭିଡିଓ, ହାର୍ଡ ଡ୍ରାଇଭ, ଫ୍ଲପି ଡିସ୍କ, ଡିଭିଡି ଓ ମେମୋରୀ କାର୍ଡ ଜବତ ହୋଇଥିଲା।

   Related Posts