ଇଲେକ୍ଟ୍ରି ସବ୍-ଷ୍ଟେସନରେ ଇଲେକ୍ଟ୍ରିସିଆନଙ୍କ ସନ୍ଦେହଜନକ ମୃତ୍ୟୁ

Published By : Prameya-News7 Bureau | July 23, 2019 IST

ଆଠମଲ୍ଲିକ ୨୩|୭: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ନାକଗି ୩୩କେଭି ସବଷ୍ଟେସନରେ କାର୍ଯ୍ୟରତ ଜଣେ ଇଲେକ୍ଟ୍ରିସିଆନଙ୍କ ସଂଦେହଜନକ ଭାବେ ମୃତ୍ୟୁ ହୋଇଛି । ମୃତ ଇଲେକ୍ଟ୍ରିସିଆନଙ୍କ ନାଁ ପହିଲି ମହାପାତ୍ର । ଆଜି ସେ କାମ କରିବାପାଇଁ ସକାଳ ୮ଟାରେ ସବ-ଷ୍ଟେସନରେ ପହଞ୍ଚିଥିଲେ । ହେଲେ ତଳେ ପଡିଥିବା ଟାଇଲରେ ଗୋଡ ଖସିଯିବାରୁ ସେ ପଡିଯାଇଥିଲେ । ଏଥିରେ ଆଘାତ ପ୍ରାପ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସବଷ୍ଟେସନର ଅନ୍ୟ କର୍ମଚାରୀମାନେ କହିଚନ୍ତି ।

ତେବେ ତାଙ୍କ ପରିବାର ଏହାକୁ ଗ୍ରହଣ କରୁନାହାନ୍ତି । ମୃତ ପହିଲିଙ୍କ ଘର ଅନୁଗୁଳ ଚେଳିଆପଡାରେ । ତେବେ ସମ୍ପୂର୍ଣ୍ଣ ପରିବାର ବଇଣ୍ଡାରେ ରହୁଛନ୍ତି । ପହିଲିଙ୍କ ମୃତ୍ୟୁ ଖବର ଶୁଣିବାପରେ ପରିବାର ଲୋକ ଆସି ଘଟଣାସ୍ଥଳରେ ପହଂଚିଛନ୍ତି । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଂଚି ଶବ ବ୍ୟବଚ୍ଛେଦ କରିବା ବ୍ୟବସ୍ଥା କରିଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.