Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||

ବାତ୍ୟା ଫୋନି ପରେ ବିଦ୍ୟୁତ୍ ସଙ୍କଟକୁ ନେଇ ରାଜଧାନୀରେ ଉତ୍ତେଜନା, କଳିଙ୍ଗନଗର କେ ସିକ୍ସ ଅଞ୍ଚଳର ବାସିନ୍ଦା ଘେରିଲେ ସେକ୍ସନ ଅଫିସ୍

11/05/2019 at 4:57 PM

ଭୁବନେଶ୍ବର ୧୧|୫: ବାତ୍ୟା ଫୋନି ପରେ ବିଦ୍ୟୁତ ସଙ୍କଟକୁ ନେଇ ରାଜଧାନୀରେ ଉତ୍ତେଜନା । ବିଦ୍ୟୁତ ବିଭାଗର ଅଧିକାରୀ ବିଦ୍ୟୁତ ସଂଯୋଗ ନେଇ ପାତରଅନ୍ତର କରୁଥିବା ଅଭିଯୋଗ । ଏହାକୁ ନେଇ କଳିଙ୍ଗ ନଗର କେ ସିକ୍ସ ଅଞ୍ଚଳର ବାସିନ୍ଦା ଘେରିଲେ ସେକ୍ସନ ଅଫିସ ।

ଆମ ଗାଁକୁ ଲାଇନ୍ ସଂଯୋଗ କରାଯାଇ ନାହିଁ ମାନେ ସେମାନଙ୍କୁ ମଧ୍ୟ ଲାଇନ ଦିଆ ନ ଯାଉ । ବିଦ୍ୟୁତ ସଂଯୋଗୀକରଣକୁ ନେଇ ଗ୍ରାମବାସୀ ଓ କଲୋନୀବାସୀ ମୁହାଁମୁହିଁ । ବାତ୍ୟା ଫୋନି ପରେ ଏବେ ଯାଏଁ ରାଜଧାନୀରେ ବିଦ୍ୟୁତ୍ ସଙ୍କଟ ଜାରି ରହିଛି । ବିନା ଲାଇନ ବିନା ପାଣିରେ ଆଠ ଦିନ ବିତିଗଲାଣି । କଳିଙ୍ଗନଗର କେ ସିକ୍ସ ଅଞ୍ଚଳର ବାସିନ୍ଦା ବେଶୀ ହଇରାଣ ହେଉଛନ୍ତି । ଏହାକୁ ନେଇ ଆଜି କଲିଙ୍ଗନଗର ଇଲେକଟ୍ରିକାଲ ସେକ୍ସନ ଅଫିସ ଆଗରେ ଧାରଣା ଦେଇଥିଲେ ଅଞ୍ଚଳବାସୀ ।  

ବିଦ୍ୟୁତ ବିଭାଗର ଅଧିକାରୀଙ୍କ ପାତର ଅନ୍ତର ନୀତି ଯୋଗୁଁ କଳିଙ୍ଗ ନଗର କେ ସିକ୍ସ ଅଞ୍ଚଳର ବାସିନ୍ଦା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉତ୍ତ୍ୟକ୍ତ ଲୋକେ ଆଜି ଦୀର୍ଘ ସମୟ ଧରି ବିଦ୍ୟୁତ ଅଫିସ ଆଗରେ ହୋ ହଲ୍ଲା କରିଥିଲେ । ଏହାକୁ ନେଇ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ସ୍ଥିତିକୁ ଆୟତ କରିଥିଲା । ବିଦ୍ୟୁତ ଖୁଣ୍ଟ ଓ ତାର ସଜଡା ସରିଛି । ତା ସତ୍ବେ ମଧ୍ୟ କେ ସିକ୍ସ ଅଞ୍ଚଳକୁ କାହିଁକି ବିଦ୍ୟୁତ୍ ସଂଯୋଗ କରାଯାଉ ନାହିଁ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଦ୍ୟୁତ ବିଭାଗ କଳିଙ୍ଗନଗର ସେକସନ ଅଫିସର ଜୁନିୟର ମ୍ୟାନେଜର । ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟ ଚାଲିଛି । କେ ସିକ୍ସ ଅଞ୍ଚଳରେ ଖୁବ୍ ଶୀଘ୍ର ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି ସେକ୍ସନ ଅଫିସର ଜୁନିୟର ମ୍ୟାନେଜର କହିଛନ୍ତି ।

ରାଜଧାନୀରେ ଏବେବି ବିଦ୍ୟୁତ୍ ସଙ୍କଟ ଜାରି ରହିଛି । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।

   Related Posts