୪ଟି ଟିପ୍ପର ଉପରେ ଛିଣ୍ଡିପଡିଲା ୧୧କେ.ଭି. ବିଦ୍ୟୁତ୍ ତାର, ବର୍ତ୍ତିଗଲେ ୮ଜଣ

Published By : Prameya-News7 Bureau | November 17, 2019 IST

ଲକ୍ଷ୍ମୀପୁର ୧୭।୧୧: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ତୋୟାପୁଟ ହନୁମାନ ମନ୍ଦିର ନିକଟରେ କୋଡିଙ୍ଗାମାଳିରୁ ବକ୍ସାଇଟ୍ ଧରି କାକିରିଗୁମ୍ମା ଡମ୍ପିଂୟାର୍ଡକୁ ଯାଉଥିବାବେଳେ ରାସ୍ତାକଡରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା । ଧକ୍କା ଦେବା ଫଳରେ ୧୧କେ.ଭି. ତାର ଛିଣ୍ଡି ରାସ୍ତା କଡରେ ଠିଆ ହୋଇଥିବା ଅନ୍ୟ ୪ଟି ଟିପ୍ପର ଉପରେ ପଡିଥିଲା ।

{"id":185616,"sizeSlug":"large"}

ସୌଭାଗ୍ୟ ବଶତଃ ତାରଟି ଛିଣ୍ଡି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯିବା ସହ ଟ୍ରାନ୍ସଫର୍ମରରୁ ବିଦ୍ୟୁତ୍ କଟିଯାଇଥିଲା । ବିଦ୍ୟୁତ୍ ତାର ଛିଣ୍ଡିବା ପରେ ବିଦ୍ୟୁତ୍ ସରବରାହ କଟିନଥିଲେ ୪ଟି ହାଇଓ୍ବା ଟିପ୍ପର ସମେତ ଟିପ୍ପରରେ ରହିଥିବା ୮ ଜଣଙ୍କର ଅବସ୍ଥା ସାଂଘାତିକ ହୋଇଯାଇଥାନ୍ତା ।

{"id":185617,"sizeSlug":"large"}

ରାୟଗଡା କୋରାପୁଟକୁ ସଂଯୋଗ କରୁଥିବା ଏନଏଚ ୨୬ ଜାତୀୟ ରାଜପଥରେ ଏହି ଘଟଣା ଘଟିବା ପରେ ଗତକାଲି ରାତିଠାରୁ ତୋୟାପୁଟ ଅଚଂଳର ୨୦ ଖଣ୍ଡ ଗ୍ରାମବାସୀ ଅନ୍ଧାରରେ ରହିଛନ୍ତି । ବିଦ୍ୟୁତ୍ ଖୁଣ୍ଟଗୁଡିକ ଉପୁଡି ପଡିବା ସହ ଟ୍ରାନ୍ସଫର୍ମର ପଡିଯିବା ପରେ ହଠାତ୍ ବିଦ୍ୟୁତ୍ ସରବରାହ ଘରମାନଙ୍କରେ କଟିଯିବା ସହ ବିଦ୍ୟୁତ୍ ଉପକରଣଗୁଡିକ ପୋଡିଯାଇଥିବା ଓ ଶୀଘ୍ର ବିଦ୍ୟୁତ୍ ସରବରାହ ସଜାଡିବା ଦାବି କରି ଗତକାଲିଠାରୁ ତୋୟାପୁଟ ଛକରେ ମାଇନ୍ସ ଗାଡି ଚଳାଚଳ ବନ୍ଦ କରିଦେଇଥିଲେ ସାଧାରଣ ଲୋକେ । ଖବରପାଇ ଲକ୍ଷ୍ମୀପୁର ପୋଲିସ ଘଟଣାସ୍ଥଳରେ ପହଚିଂ ଉତ୍ତ୍ୟକ୍ତଲୋକଙ୍କୁ ବୁଝାସୁଝା କରିବା ପରେ ୧୫ଘଣ୍ଟା ପରେ ମାଇନ୍ସ ଗାଡି ଚଳାଚଳ କରିଥିଲା ।

{"id":185618,"sizeSlug":"large"}

ରାସ୍ତାକଡରେ ଡ୍ରାଇଭରମାନେ ମାଇନ୍ସରେ ନିୟୋଜିତ ହାଇଓ୍ବା ଗାଡିରୁ ଡିଜେଲ୍ ବାହାର କରି ଚୋରାରେ ବିକ୍ରି କରୁଥିବା ଯୋଗୁଁ ରାସ୍ତା କଡରେ ଗାଡିଗୁଡିକ ଘଣ୍ଟା ଘଣ୍ଟା ଅଟକି ରହୁଛି । ଯାହା ଫଳରେ ଏପରି ଦୁର୍ଘଟଣା ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.