ରାସ୍ତା ମଝିରେ ଇଲେକ୍ଟ୍ରିକ୍ ସ୍କୁଟିରେ ଲାଗିଲା ନିଆଁ, ଜଳିପୋଡି ପାଉଁଶ ହୋଇଗଲା ସମ୍ପୂର୍ଣ୍ଣ ଗାଡି
7/04/2021 at 2:35 PM

ଆଠମଲ୍ଲିକ ୭।୪: ଆଠମଲ୍ଲିକ ଉପଖଣ୍ଡ କିଶୋର ନଗର ବ୍ଲକର କ୍ଷେତୀ ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ମମତା ମିର୍ଦ୍ଧାଙ୍କର ବ୍ୟାଟେରୀ ଚାଳିତ ସ୍କୁଟିଟି ସମ୍ପୂର୍ଣ୍ଣ ରୂପେ ଜଳିପୋଡ଼ି ପାଉଁଶ ହୋଇଯାଇଛି ।
ସୂଚନାଯୋଗ୍ୟ ଯେ, ପ୍ରତ୍ୟେକ ଦିନ ପରି ଅଙ୍ଗନବାଡି କର୍ମୀ ମମତା ମିର୍ଦ୍ଧା ଶାଶୁଘର ଗାଁ ଦାମବାହାଲରୁ ନିଜ ବାପଘର କ୍ଷେତି ଗାଁ ଅଙ୍ଗନବାଡି କେନ୍ଦ୍ରକୁ ଯାଉଥିଲେ । ନିଜ ବ୍ୟାଟେରୀ ଚାଳିତ ସ୍କୁଟିରେ ଆସୁଥିବା ବେଳେ ଘନପୁର-ସେରେଣ୍ଡା ଘାକି ନାଳଠାରେ ପୋଡ଼ା ଗନ୍ଧ ଆସୁଥିବାର ଦେଖି ଗାଡି ରଖିଥିଲେ । ଦେଖୁ ଦେଖୁ ହଠାତ୍ ଗାଡିଟି ଜଳିବାକୁ ଆରମ୍ଭ କରିଥିଲା । ସୌଭାଗ୍ୟ ବଶତଃ ମିର୍ଦ୍ଧାଙ୍କର କୌଣସି କ୍ଷତି ହୋଇନାହିଁ। କେବଳ ସ୍କୁଟିଟି ଜଳିଯାଇଥିଲା ।
Related Posts
ହାଇକୋର୍ଟ ପରିସରରେ ବସବାର୍ ଟ୍ରଙ୍କିଂ ସିଷ୍ଟମ ଉଦଘାଟିତ
12 April 2021