Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ବିଦ୍ୟୁତ ଚାର ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ: ସାମ୍ନାକୁ ଆସିଲା ବିଦ୍ୟୁତ ବିଭାଗର ଅବହେଳା

17/06/2020 at 4:56 PM

ଦିଗପହଣ୍ଡି୧୭/୬: ବିଦ୍ୟୁତ ଚାର ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ। ଦିଗପହଣ୍ଡି ଥାନା ଦଶିପୁର ଗ୍ରାମର ରାଜୁ ସାହୁ ନାମକ ଜଣେ ଚାଷୀ ବୁଧବାର ପୂର୍ବାହ୍ନରେ ତାଙ୍କ ଚାଷ ଜମିରେ କାମ କରୁଥିବା ବେଳେ ଇଲେଭେନ କେ.ଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ରାତିରେ ବର୍ଷା ପବନ ଯୋଗୁଁ ତାଙ୍କ ଚାଷ ଜମିରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ସେ ଜୋର୍‌ରେ ଚିତ୍କାର କରିଥିଲେ। ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ଶରୀରର ଅଧାରୁ ଅଧିକ ଅଂଶ ଜଳି ଯାଇଥିଲା। ତେଣୁ ଜୋର୍‌ରେ ଚିତ୍କାର  କରି ଥିଲେ। ତାଙ୍କ ଚିତ୍କାର ଶୁଣି ଆଖପାଖ ଜମିରେ କାମ କରୁଥିବା ଅନ୍ୟ କେତେକ ଚାଷୀ ଦୌଡ଼ି ଯାଇଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରିଥିଲେ।ଅନ୍ୟପଟେ ମଙ୍ଗଳବାର ରାତିରେ ପବନ, ବର୍ଷା ହୋଇଥିବା ସତ୍ତ୍ବେ ବିଦ୍ୟୁତ ବିଭାଗର କର୍ମଚାରୀ କାହିଁକି ବିଦ୍ୟୁତ ତାର ତଦାରଖ କଲେ ନାହିଁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ବିିଦ୍ୟୁତ ବିଭାଗ ଅବହେଳା ଯୋଗୁଁ ଚାଷୀଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ କହିଛନ୍ତି।

ଗୁରୁତର ଅବସ୍ଥାରେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଦିଗପହଣ୍ଡି ଥାନା ଏସ ଆଇ ମାଧବ ଚନ୍ଦ୍ର ଟାକରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ମୃତଦେହ ଜବତ କରିବା ସହ ଥାନା ଅପମୃତ୍ୟୁ ମାମଲା ନଂ.୭/୨୦ ଅନୁଯାୟୀ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡଡ଼ାକ୍ତରଖାନାକୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

   Related Posts