ବିଦ୍ୟୁତ ତାରରେ ଖେଳ ହେଲା କାଳ: ଚାଲିଗଲା ୬ ବର୍ଷ ଶିଶୁର ଜୀବନ

Published By : Prameya-News7 Bureau | August 18, 2020 IST

କଣ୍ଟାବାଞ୍ଜି୧୮/୮: ବିଦ୍ୟୁତ ଆଘାତରେ ୬ ବର୍ଷ ନାବାଳକର ମୃତ୍ୟୁ। ମୃତକ ହେଲେ ବଙ୍ଗୋମୁଣ୍ଡା ସାଲେପଡା ଗାଁର ମୋହନ ଟାହାଣୀଙ୍କ ପୁଅ ଶିଷ୍ୟ ଟାହାଣୀ ।ଘରେ ସ୍ବିଚ୍‌ ବୋର୍ଡରେ ତାର ଲଗାଇ ଖେଳୁଥିଲା ବେଳେ ଏଭଳି ଅଘଟଣ  ଘଟିଥିଲା। ପୁଅର ମୃତ୍ୟୁ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ବେପରୁଆ ଭାବେ ସ୍ବିଚ୍ ବୋର୍ଡରେ ତାର ଲଗାଇ ଖେଳିବା ସମୟରେ  ଏଭଳି ଘଟଣା ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାୟା ଖେଳି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.