ଆସନ୍ତା ୪ ପୂର୍ବରୁ ପୁରୀର ସବୁ ସ୍ଥାନକୁ ବିଦ୍ୟୁତ୍ ଯୋଗାଣ

Published By : Prameya-News7 Bureau | June 28, 2019 IST

ଭୁବନେଶ୍ବର ୨୮|୬: ଏଯାଏଁ ସରିନି ଫୋନି ମରାମତି କାମ । ବର୍ତ୍ତମାନ ସୁଦ୍ଧା ପୁରୀର ଅଧିକାଂଶ ଗାଁରେ ବିଜୁଳି ପହଞ୍ଚିନି । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଆଜି ବିଧାନସଭାରେ ଏହା ମାନିଛନ୍ତି ।  ତେବେ ୪ ତାରିଖ ପୂର୍ବରୁ ପୁରୀର ଆଖପାଖ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ପାଇଁ ପ୍ରୟାସ କରାଯାଉଥିବା କହିଛନ୍ତି ମନ୍ତ୍ରୀ ।

ପୁରୀକୁ ୩ଟି ଉତ୍ସରୁ ବିଦ୍ୟୁତ୍ ଯୋଗାଯାଉଥିବା ବେଳେ ୨ଟି ଉତ୍ସର ମରାମତି ସରିଛି । ଅନ୍ୟ ଏକ ଉତ୍ସର ମରାମତି କାମ ଚାଲୁ ରହିଛି । ଖୋର୍ଦ୍ଧାରେ ୩୯ କେଭି ଫିଡର ୨୨ଟି , ୧୧ କେଭି ଫିଡର ୭୨ଟି , ୩୯୭୫ଟି ଟ୍ରାନ୍ପଫର୍ମର, ୧ ଲକ୍ଷ ୮୪ ହଜାର ୮୬୨ ଘରୋଇ ଉପଭୋକ୍ତ କ୍ଷତିଗ୍ରସ୍ତ ହୋଇଥିଲା ବୋଲି ମଧ୍ୟ ଉତ୍ତର ରଖିଛନ୍ତି ମନ୍ତ୍ରୀ ।

ତେବେ ବିଦ୍ୟୁତ୍ କାଟ୍ ଓ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉତ୍ତରକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହରେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ମନ୍ତ୍ରୀଙ୍କ ଠାରୁ ପ୍ରକୃତ ଉତ୍ତର ପାଇବା ପାଇଁ ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.