ରାଜ୍ୟରେ ଆଗକୁ ଆହୁରି ଦେଖାଦେବ ବିଜୁଳି ସଙ୍କଟ

Published By : Prameya-News7 Bureau | December 09, 2019 IST

ଭୁବନେଶ୍ୱର ୦୯।୧୨ - ରାଜ୍ୟରେ ଆଗକୁ ଆହୁରି ବିଜୁଳି ସଙ୍କଟ ଦେଖାଦେବ । ବିଜୁଳି ବଳକା ରାଜ୍ୟ କୁହାଯାଉଥିବା ଓଡ଼ିଶାରେ ବିଜୁଳି ଅଭାବ ଲାଗି ରହିଛି । ବର୍ଷକରୁ ୧୧ ମାସ ଓଡ଼ିଶାରେ ବିଜୁଳି ନିଅଣ୍ଟ ସ୍ଥିତି ଲାଗିଛି ।

କେବଳ ଜୁଲାଇକୁ ଛାଡି ଦେଲେ ଅନ୍ୟ ସବୁ ମାସରେ ଆବଶ୍ୟକ ଅନୁସାରେ ବିଜୁଳି ଶକ୍ତି ମିଳୁନି । କେନ୍ଦ୍ର ବିଦ୍ୟୁତ୍ ନିଗମ ଏମିତି ରିପୋର୍ଟ ପ୍ରକାଶ କରିଛି ।

ଚଳିତ ଡିସେମ୍ବରରେ ବି ଓଡ଼ିଶା ପିକ୍ ଆୱାରରେ ୧୩୯ ମେଗାୱାଟ୍ ବିଜୁଳି ନିଅଣ୍ଟର ସମ୍ମୁଖୀନ ହେବ । ରାଜ୍ୟରେ ଏଇ ମାସରେ ୫୧୦ ନିୟୁତ ୟୁନିଟ୍ ବା ୨୦ ପ୍ରତିଶତ ବିଦ୍ୟୁତ୍ ଅଭାବର ସାମ୍ନା କରିବ ରାଜ୍ୟ । ସି.ଇ.ଏ ଦ୍ବାରା ପ୍ରକାଶିତ ଭାର ଉତ୍ପାଦନ ଓ ସନ୍ତୁଳିତ ରିପୋର୍ଟ ୨୦୧୯-୨୦ରେ ଏହି ତଥ୍ୟ ପ୍ରକାଶ ପାଇଛି । କେବଳ ଜୁଲାଇ ମାସରେ ରାଜ୍ୟ ୫୩ ନିୟୁତ ୟୁନିଟ୍ ବିଜୁଳି ବଳକା ରହିବା ରିପୋର୍ଟ ଦର୍ଶାଇଛି ।

ରାଜ୍ୟ ସରକାର ଓଡ଼ିଶା ବିଜୁଳି ବଳକା ରାଜ୍ୟ କହୁଥିବା ବେଳେ, କେନ୍ଦ୍ରର ଏପ୍ରକାର ନିଅଣ୍ଟିଆ ରିପୋର୍ଟକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ । ସରକାର କାଗଜ କଲମରେ ବିଜୁଳି ବଳକା ବୋଲି ଦର୍ଶାଉଛନ୍ତି । ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ବୋଲି ବିରୋଧୀ କହିଥିବା ବେଳେ, ଜବାବ ରଖିଛନ୍ତି ଶକ୍ତି ମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.